ଆଇଏଲ୍‌ଓ ଗଭର୍ଣ୍ଣିଂ ବଡିର ୩୫୨ତମ ଅଧିବେଶନରେ ଭାରତୀୟ ପ୍ରତିନିଧି ଦଳ

  • ଦାରିଦ୍ର୍ୟ ଦୂରୀକରଣ, ନିଯୁକ୍ତି ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତର ସକାରାତ୍ମକ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ, (ପିଆଇବି) : ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ୩୫୨ତମ ଗଭର୍ଣ୍ଣିଂ ବଡି ବୈଠକ ୨୮ ଅକ୍ଟୋବରରୁ ୭ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଜେନେଭା (ସୁଇଜରଲ୍ୟାଣ୍ଡ)ରେ ଅନୁଷ୍ଠିତ ହେଉଛି । ପ୍ରଥମ ସପ୍ତାହରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି । ଆଜିର ଆଲୋଚନାରେ ଶ୍ରୀମତୀ ଦାୱରା ଗୁଣାତ୍ମକ ନିଯୁକ୍ତି ସୃଷ୍ଟି, ସାମାଜିକ ସୁରକ୍ଷାକୁ ସମର୍ଥନ କରିବା ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେଉଥିବା ଅନ୍ତର୍ଭୁକ୍ତ ଅର୍ଥନୈତିକ ନୀତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମାଜର ସମସ୍ତ ବର୍ଗ, ବିଶେଷକରି ମହିଳା ଏବଂ ଯୁବକମାନଙ୍କ ପାଇଁ ଭଲ କାର୍ଯ୍ୟ ସୁଯୋଗ ସୃଷ୍ଟି କରିବା ପାଇଁ ଆମର ଜାତୀୟ ପ୍ରୟାସ, ଯାହା ଆଇଏଲ୍‌ଓର ନୂତନ ସାମାଜିକ ଚୁକ୍ତିର ଆହ୍ୱାନ ସହିତ ଘନିଷ୍ଠ ଭାବରେ ସମନ୍ୱିତ ଥିଲା । ଶ୍ରୀମତୀ ଦାୱରା ଏ ଦିଗରେ ଭାରତର ସକାରାତ୍ମକ ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ ଏବଂ ଆଇଏଲ୍‌ଓ ଗଭର୍ଣ୍ଣିଂ ବଡି ସଦସ୍ୟମାନଙ୍କୁ ନିମ୍ନଲିଖିତ ବିଷୟରେ ଅବଗତ କରାଇଥିଲେ :

  • ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଭାରତର ପ୍ରତିବଦ୍ଧତା ଦାରିଦ୍ର୍ୟର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପ୍ରତିଫଳିତ ହୋଇଛି ଯାହା ଗତ ୯ ବର୍ଷ ମଧ୍ୟରେ ୨୪୮ ନିୟୁତ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି, ଯାହା ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଦ୍ୱାରା ମାପ କରାଯାଏ ।
  • ଅସ୍ଥାୟୀ ଆକଳନ ଅନୁଯାୟୀ ୨୦୧୬-୧୭ ଏବଂ ୨୦୨୨-୨୩ ରେ ସରକାରୀ ନୀତି, ଦକ୍ଷତା କାର୍ଯ୍ୟକ୍ରମ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୧୭୦ ନିୟୁତ ଲୋକଙ୍କୁ ଅର୍ଥନୈତିକ କାର୍ଯ୍ୟ୍ରକଳାପରେ ଯୋଡ଼ିବା ସହିତ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ନିଯୁକ୍ତି ଅଭିବୃଦ୍ଧି ପ୍ରଦର୍ଶନ କରାଯାଇଛି । ଭାରତର ଅର୍ଥନୈତିକ ଗତିପଥ ପ୍ରମୁଖ କ୍ଷେତ୍ରରେ ନିରନ୍ତର ନିଯୁକ୍ତି ସୃଷ୍ଟିକୁ ଦର୍ଶାଉଛି ବୋଲି ଏଥିରେ ଦର୍ଶାଯାଇଛି ।
  • ଏହାବ୍ୟତୀତ ଭାରତ ଏହାର ସାମାଜିକ ସୁରକ୍ଷା କ୍ଷେତ୍ରକୁ ଯଥେଷ୍ଟ ବିସ୍ତାର କରିଛି । ନିକଟରେ ଆଇଏଲ୍‌ଓର ଫ୍ଲାଗସିପ୍ ବିଶ୍ୱ ସାମାଜିକ ସୁରକ୍ଷା ରିପୋର୍ଟ ୨୦୨୪-୨୬ ଦ୍ୱାରା ଏହା ସ୍ୱୀକୃତି ପ୍ରାପ୍ତ ହୋଇଛି, ଯାହା ଭାରତରେ ସାମାଜିକ ସୁରକ୍ଷା କଭରେଜ୍‌କୁ ଦ୍ୱିଗୁଣିତ କରିବାକୁ ସୂଚାଇଥାଏ । ଏହାବ୍ୟତୀତ ଆମର ସର୍ବବୃହତ୍ ସାମାଜିକ ସୁରକ୍ଷା ଯୋଜନା ଅର୍ଥାତ୍ ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍‌କୁ ଏହି ରିପୋର୍ଟରେ ସ୍ୱତନ୍ତ୍ର କଭରେଜ୍‌ର ଏକ ଅଂଶ ଭାବରେ ଦର୍ଶାଯାଇଛି, ଯାହା ପ୍ରାୟ ୮୦୦ ନିୟୁତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରୁଥିବା ବିଶ୍ୱର ସର୍ବବୃହତ ଆଇନଗତ ବାଧ୍ୟତାମୂଳକ ସାମାଜିକ ସହାୟତା ଯୋଜନା ମଧ୍ୟରୁ ଅନ୍ୟତମ ।
  • ଏହାବ୍ୟତୀତ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଦୁର୍ବଳ ଜନସଂଖ୍ୟା ପାଇଁ ଆର୍ଥିକ ସେବାର ଉପଲବ୍ଧତାକୁ ପ୍ରାଥମିକତା ଦେବା କ୍ଷେତ୍ରରେ ବିଗତ ଦଶନ୍ଧି ମଧ୍ୟରେ ଭାରତର ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରାଯାଇଥିଲା । ଏହା ଦ୍ୱାରା ସରକାର ଲକ୍ଷ ଲକ୍ଷ ବ୍ୟକ୍ତି ଓ ପରିବାରକୁ ସଶକ୍ତ କରିଛନ୍ତି ଏବଂ ଏକ ଅଧିକ ସମାବେଶୀ ତଥା ସୁରକ୍ଷିତ ସମାଜକୁ ପ୍ରୋତ୍ସାହିତ କରିଛନ୍ତି ।
  • ପିଏମ୍‌ ଜନଧନ ଯୋଜନା ଭଳି ସରକାରୀ ପଦକ୍ଷେପ ବ୍ୟାଙ୍କ ନଥିବା ଲୋକଙ୍କ ପାଇଁ ଆର୍ଥିକ ବ୍ୟବଧାନକୁ ପୂରଣ କରୁଥିବା ବେଳେ ପିଏମ ଜୀବନ ଜ୍ୟୋତି ଯୋଜନା ଏବଂ ପିଏମ୍‌ ସୁରକ୍ଷା ବୀମା ଯୋଜନା ସୁଲଭ ଜୀବନ ଏବଂ ଦୁର୍ଘଟଣା ବୀମା ପ୍ରଦାନ କରିଥାଏ ବୋଲି ଗଭର୍ଣ୍ଣିଂ ବଡିକୁ ସୂଚନା ଦିଆଯାଇଥିଲା । ୩୦ ଅକ୍ଟୋବର ୨୦୨୪ରେ, ଆଇଏଲଓ ଗଭର୍ଣ୍ଣିଂ ବଡି ରେ ଅଧିକ ଗଣତାନ୍ତ୍ରିକୀକରଣ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଭାରତ ଆଇଏଲଓକୁ ପ୍ରଶଂସା କରିଥିଲା କିନ୍ତୁ ଏହା ସହିତ କେବଳ ଆଇଏଲଓ ନୁହେଁ ବରଂ ଅନ୍ୟ ଜାତିସଂଘ ସଂସ୍ଥାଗୁଡିକରେ ମଧ୍ୟ ପ୍ରଶାସନରେ ବ୍ୟାପକ ସଂସ୍କାର ପାଇଁ ସମର୍ଥନ ଜଣାଇଥିଲା । ଏହି ଅବସରରେ ଭାରତ ଗୁରୁତ୍ୱାରୋପ କରି କହିଛି ଯେ, ବିଶ୍ୱସ୍ତରରେ ସାମାଜିକ ନ୍ୟାୟ ଏବଂ ସ୍ଥାୟୀ ତଥା ସମନ୍ୱିତ ବିକାଶର ମିଳିତ ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ ମିଳିତ ଜାତିସଂଘର ସଂସ୍ଥାଗୁଡ଼ିକ ଅଧିକ ସମନ୍ୱିତ ଭାବରେ କାର୍ଯ୍ୟ କରିବା ସୁନିଶ୍ଚିତ କରିବ । ଭୌଗୋଳିକ ବିବିଧତା, ଜନସଂଖ୍ୟା ଏବଂ ଶ୍ରମଶକ୍ତିକୁ ବିଚାରକୁ ନେଇ, ଆଇଏଲ୍‌ଓ ମଧ୍ୟରେ ଏକ ନିରପେକ୍ଷ, ସମାନ ଏବଂ ସନ୍ତୁଳିତ ଭୌଗୋଳିକ ପ୍ରତିନିଧିତ୍ୱ ପାଇଁ ମାର୍ଗଦର୍ଶକ ନୀତି ହେବା ଉଚିତ ବୋଲି ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ସଚିବ ଏହି ପ୍ରସଙ୍ଗରେ କହିଛନ୍ତି ।
Leave A Reply

Your email address will not be published.