ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃକର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାକୁ ଉଦ୍‌ଘାଟିତ କରି ଶିଶୁ ଶିକ୍ଷାର ସ୍ୱରୂପ ଓ ପାଠ୍ୟକ୍ରମ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ମାତୃ ଭାରତର ମାଁମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ପୃଥିରାଜ ସାହୁ ମାର୍ଗ ଦର୍ଶନ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼ଃ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଷ୍ପାର୍ଚ୍ଚନା କରି ହିନ୍ଦୁ ଘରର ସଂକଳ୍ପନା ଓ ରୀତିନୀତି ବିଷୟରେ ବିଷଦ ଭାବରେ ଆଲୋକ ପାତ କରିଥିଲେ । ଗୀତା ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଉଦ୍ଦେଶ୍ୟ କଥନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ୮ଟି କାଳାଂଶରେ ବିଭିନ୍ନ କ୍ରିୟାକଳାପରେ ଶିକ୍ଷା ଦାନ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ବାଟିକା ବିଭାଗର ୧୧୦ ଜଣ ମାଁମାନେ ଯୋଗଦେଇ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.