oom

ବନ ମହୋତ୍ସବ ସପ୍ତାହ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ସହାୟକ ପ୍ରଫେସର ଦୀପ୍ତିମୟୀ ନାଏକ, ଜାତୀୟ ସେବା ସଂସ୍ଥାର ସଂଯୋଜିକା ଡ. ପ୍ରିୟଙ୍କା ଚକ୍ରବର୍ତ୍ତୀ ଏବଂ ସେବା ସଂସ୍ଥାର ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର କାର୍ଯ୍ୟକ୍ରମର ଉଦ୍‌ଘାଟନ ସାମ୍ପ୍ରତିକ ସମୟରେ ବୃକ୍ଷରୋପଣର ପ୍ରାସଙ୍ଗିକ ଓ ଉପାଦେୟତା ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି କର୍ଯ୍ୟକ୍ରମକୁ ସଫଳ କରିବାରେ ବିଶ୍ୱ ବିଦ୍ୟାଳୟର ବିଭିନ୍ନ କର୍ତ୍ତୃପକ୍ଷ ତଥା ସ୍ମାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜ କିଶୋର ପାତ୍ର, ବିଶ୍ୱ ବିଦ୍ୟାଳୟ ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ପ୍ରଫେସର ପ୍ରତାପ କୁମାର ଦାସ, ଛାତ୍ର ମଙ୍ଗଳ ଅଧିକାରୀ ତଥା ଉପକୂଳ ସଚିବ ବିଶ୍ୱଜିତ ବେହେରା, ବିଶ୍ୱ ବିଦ୍ୟାଳୟର ଉନ୍ନୟନ ଅଧିକାରୀ ପ୍ରଫେସର ଅକ୍ଷୟ ମିିଶ୍ର, କଲେଜ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ବିଘ୍ନେସ ପ୍ରସାଦ ମିଶ୍ର, ଜାତୀୟ ସେବା ସଂସ୍ଥାନର ଜିଲ୍ଲା ସ୍ତରୀୟ ଅଧିକାରୀ ଡ. ଅଜିତ କୁମାର ଭୋଇ ଏବଂ ଡ. ମନୋରଂଜନ ଘଡେଇ ତଥା ହିନ୍ଦି ବିଭାଗୀୟ ମୁଖ୍ୟ ଡ. ରୂପଧର ଗମାଙ୍ଗ, ରାଜନୀତି ବିଜ୍ଞାନର ମୁଖ୍ୟ ଡ. ଶିବରାମ ପର୍ଡିଆ, ଉଦ୍ଭିଦ ବିଜ୍ଞାନର ପ୍ରଧ୍ୟାପକ ମଦନ ମୋହନ ପଧାନଙ୍କ ସମେତ ଅନ୍ୟ ଅଧ୍ୟାପକ ଗଣ ଆନ୍ତରିକ ଭାବରେ ସହଯୋଗ କରିଥିଲେ । ପରିଶେଷରେ ସମସ୍ତଙ୍କର ସାହାଯ୍ୟ ସହଯୋଗକୁ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରି ସହାୟକ ପ୍ରଫେସର ଦୀପ୍ତିମୟୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.