oom

ଧଣ୍ଡାମୁଣ୍ଡା ଠାରେ ୭୫ତମ ବନ ମହୋତ୍ସବର ଚତୁର୍ଥ ଦିନ ପାଳିତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି- ‘ଦଶ ପୁତ୍ରୋ ସମ ଦ୍ରୁମ’ । ଅର୍ଥାତ୍‌ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷରୋପଣ କରି ତାକୁ ବଞ୍ଚାଇବା ଶ୍ରେୟସ୍କର । ଗୋଟିଏ ବୃକ୍ଷ ତାର ଜୀବନକାଳ ଭିତରେ ବିଶେଷ କରି ମନୁଷ୍ୟକୁ ଅନେକ ସାହାଯ୍ୟ କରେ । ବର୍ଷକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ଅମ୍ଳଜାନ, ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବର୍ଷା ଦିଏ । ମୃତ୍ତିକା ସଂରକ୍ଷଣ କରେ । ଚରକ ଓ ଶୁଶ୍ରୁତଙ୍କ ମତରେ ପୃଥିବୀରେ ଏପରି ଏକ ବୃକ୍ଷ ନାହିଁ ଯାହାର କି ଔଷଧୀୟ ଗୁଣ ନାହିଁ । ପୂର୍ବକାଳରେ ପ୍ରତ୍ୟେକ ଗାଁ ଗଣ୍ଡାରେ ତୋଟା ମାନ ଦେଖିବାକୁ ମିଳୁଥିଲା । ଏହି ତୋଟା ଦ୍ୱାରା ଅନେକ ଉପକାର ସାଧିତ ହେଉଥିଲା । ବାତ୍ୟା ପବନରୁ ଏହି ଗଛ ହିଁ ସୁରକ୍ଷା ଦେଉଥିଲା । ବର୍ତ୍ତର୍ମାନ ଗାଁ ଗହଳିରେ ତୋଟା ଏକ ପ୍ରକାର ସ୍ୱପ୍ନ ପାଲଟି ଯାଇଛି । ବୃକ୍ଷହୀନତା କାରଣରୁ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପେକ୍ଷୀରେ ଗୁରୁବାର ଖପ୍ରାଖୋଲ ବନ ବିଭାଗ ତରଫରୁ ଧଣ୍ଡାମୁଣ୍ଡା ଠାରେ ୭୫ତମ ବନ ମହୋତ୍ସବ ସପ୍ତାହର ଚତୁର୍ଥ ଦିନ ପାଳିତ ହୋଇଯାଇଛି । ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର, ଧଣ୍ଡାମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ ମିଶ୍ରଙ୍କ ଉପସ୍ଥିତିରେ ନିମ୍ବ, କରଞ୍ଜ, ତେନ୍ତୁଳି, କାଜୁ, ଆମ୍ବ, ଜାମୁ ଇତ୍ୟାଦି ୪୦୦ ଗଛ ରୋପଣ କରାଯାଇଥିଲା । ବର୍ତ୍ତମାନ ପୃଥିବୀରେ ଅନେକ ସମସ୍ୟା ମୁଣ୍ଡ ଟେକି ଉଠିଛି । ଠିକ୍‌ ସମୟରେ ବର୍ଷା ନହେବା, ସମୁଦ୍ର ପତନ ବୃଦ୍ଧି ପାଇବା, ବାତ୍ୟା ବନ୍ୟା ଅତ୍ୟଧିକ ମାତ୍ରାରେ ହେବା ଇତ୍ୟାଦି । ଏ ସମସ୍ତ ସମସ୍ୟାର ଏକମାତ୍ର ସରଳ ସମାଧାନ ହେଉଛି ବୃକ୍ଷରୋପଣ । ପର୍ଯ୍ୟାପ୍ତ ବୃକ୍ଷର ଅଭାବରେ ତାପମାତ୍ରାର ଲଗାତାର ବୃଦ୍ଧି ଯୋଗୁଁ ଦେଶରେ ନାନା ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ମତ ପ୍ରକାଶ କରିବା ସହିତ ବୃକ୍ଷରୋପଣ କରିବା ଏବଂ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ଉତ୍ସବରେ ବନ ବିଭାଗର ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ରେଙ୍ଗାଲି ବନପାଳ ବିପିନ ସାହୁ, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ, ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାରଙ୍କ ସହ ସମସ୍ତ ପରିବେଶ ପ୍ରେମୀ, ବନରକ୍ଷୀ ବନ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.