୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ କ୍ରିକେଟ : ଫାଇନାଲରେ ବ୍ଳୁ ଡାଇମଣ୍ଡ ବରଗଡ଼

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଦୁର୍ଗକୁ ୪ ‌ୱିକେଟରେ ବରଗଡ଼ ବ୍ଳୁ ଡାଇମଣ୍ଡ ଫାଇନାଲରେ ପହଞ୍ଚିଛି । ଦୁର୍ଗ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ‌ୱିକେଟରେ ହରାଇ ୧୮୮ ରନ୍‌ କରିଥିଲେ । ଦୀପକ ଯାଦବ ୮୭ ରନ, ସନ୍ଦୀପ କୋରୀ ୪୭ ରନ୍‌ ଓ ଅମନ ମିଶ୍ର ୩୦ ରନ କରିଥିଲେ । ବରଗଡ଼ରୁ ସଂକଳ୍ପ ରାଉତ ୨‌ ୱିକେଟ ଓ ଦେବେନ୍ଦ୍ର କୁଅଁର ୧‌ ୱିକେଟ ନେଇଥିଲେ । ବରଗଡ଼ ଦଳ ବ୍ୟାଟିଂ କରି ସୁମିତ ରଏ ୯୧ ରନ ,ସଞ୍ଜିବ ଡୁଙ୍ଗରୀ ୩୯ ରନ ଓ ଦେବେନ୍ଦ୍ର କୁଅଁର ୧୭ ରନ୍‌ କରି ୬ ‌ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି । ଦୁର୍ଗ୍‌ ଦଳର ହରିଶ ରାଓ ଓ ଦେବେନ୍ଦ୍ର ସାହୁ ୨ ‌ୱିକେଟ ଓ ନମନ୍‌ ଅଗ୍ରୱାଲ ୧ ‌ୱିକେଟ ନେଇଥିଲେ । ଓସିଏ ଅମ୍ପାୟର ସଞ୍ଜୟ ନାଏକ ଓ ଓସିଏ ଅମ୍ପାୟର ଚୂଡାମଣି ପାଢୀ ଖେଳ ପରିଚାଳନା କରିଥିଲେ । ସୁପିନ ସାହୁ ଓ ଆଶୁତୋଷ ସେଠ ସ୍କୋରର ଥିଲେ । ପ୍ରହ୍ଳାଲାଦ ଭୋଇ ଓ ରମେଶ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ପତିତପାବନ ସାହୁ , ସ୍ବତନ୍ତ୍ର ସାହୁ, ସଚ୍ଚିଦାନନ୍ଦ ପଣ୍ଡା, ଗିରୀଶ ମାଝୀ ପ୍ରମୁଖ ଯୋଗ ଦେଇ ବରଗଡ଼ ବ୍ଳୁ ଡାଇମଣ୍ଡ ଦଳର ସୁମିତ ରଏଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଏଥିରେ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଆସନ୍ତାକାଲି ବରଗଡ଼ ବ୍ଳୁ ଡାଇମଣ୍ଡ ଓ କଣ୍ଟାବାଞ୍ଜି ଫ୍ରେଣ୍ଡସ୍ ମଧ୍ୟରେ ଫାଇନାଲ ମ୍ୟାଚ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.