ସେବା ଓ ଶୃଙ୍ଖଳା ହିଁ ମାନବିକ ମୂଲ୍ୟବୋଧର ଶ୍ରେଷ୍ଠ ଆୟୁଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେବା ଓ ଶୃଙ୍ଖଳା ହିଁ ମନୁଷ୍ୟ ଜୀବନର ଶ୍ରେଷ୍ଠ ଶାନ୍ତି ଓ ମାନବିକ ମୂଲ୍ୟବୋଧର ଶ୍ରେଷ୍ଠ ଆୟୁଧ ଏବଂ ଏହାକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଆପଣେଇ ନେଲେ ରେଡ୍‌କ୍ରସ୍‌ ଶିବିରର ମହତ ଲକ୍ଷ୍ୟ ଚରିତାର୍ଥ ହୋଇ ପାରିବ ବୋଲି ଡେ଼ଲାଙ୍ଗ ବ୍ଲକ କପିଳେଶ୍ୱର ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ୨୭ତମ କନିଷ୍ଠ ରେଡ଼୍‌କ୍ରସ୍‌ ଶିକ୍ଷା ଓ ତାଲିମ ଶିବିରର ଉଦ୍‌ଯାପନୀ ଅପରାହ୍ନରେ ସମାଜର ମାନ୍ୟ ଗଣ୍ୟ ବିଜ୍ଞ ବ୍ୟକ୍ତିମାନେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ନିଜ ଜୀବନକୁ ସୁମାର୍ଗରେ ଗଢି ତୋଳିବାକୁ ଉପଦେଶ ଦେଇଛନ୍ତି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ବିଶ୍ୱଜିତ ଘୋଷ ଗୋପବନ୍ଧୁ ଓ ନେତାଜୀଙ୍କ ମହାନ୍ ସେବାର ଉଦାହରଣ ଦେଇଥିବା ବେଳେ ମୁଖ୍ୟ ବକ୍ତା ସମାଜ ରିଲିଫ କମିଟି ଅଧ୍ୟକ୍ଷ ବାଗ୍ମୀ ଡ. ପ୍ରଭାସ କୁମାର ଆଚାର୍ଯ୍ୟ ବୈଜ୍ଞାନିକ ଥୋମାସ ଆଲ୍ଫା ଏଡିସନ୍‌ଙ୍କ ଉଦାହରଣ ଦେଇ ସମାଜରେ ସଫଳ ମଣିଷ ହେବାର ସୁବାର୍ତ୍ତା ବ୍ୟକ୍ତ କରିଥିଲେ । ବିଇଓ ବିନୋଦ ପ୍ରମାଣିକ, ସମାଜସେବୀ ଚକ୍ରଧର ମହାପାତ୍ର, ଡେ଼ଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ପ୍ରାକ୍ତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତରାୟ, ପ୍ରଜ୍ଞା ଛୋଟରାୟ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, ସୁଷମା ଦାଶ ପ୍ରମୁଖ ଯୋଗ ଦେଇ ପାରସ୍ପରିକ ସହଯୋଗ, ସାହାଯ୍ୟ ଭଲ ମଣିଷ ହେବାର ଦୃଢ଼ ଇଚ୍ଛା ଦ୍ଵାରା ସମାଜରେ ସର୍ବଦା ଶାନ୍ତି ବିରାଜିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ତିନିଦିନ ଧରି ରେଡ୍‌କ୍ରସ୍‌ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ପଣ୍ଡା ଓ ରେଡ଼୍‌କ୍ରସ୍ ଶିକ୍ଷକ ବିଦ୍ୟାଧର ମିଶ୍ର ସୁନ୍ଦର ଭାବେ ମଞ୍ଚ ସଂଯୋଜନା ଓ ସୁପରିଚାଳନା କରିଥିଲେ । କବି ତଥା କାର୍ଯ୍ୟକ୍ରମର କର୍ଣ୍ଣଧାର ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ରେଡ୍‌କ୍ରସ୍ ସମ୍ପାଦକ ମହେନ୍ଦ୍ର ବିଶ୍ୱାଳ ଓ ସାଙ୍ଗଠନିକ ସମ୍ପାଦକ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଏବଂ ଡେ଼ଲାଙ୍ଗର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତସିଆର୍‌ସିସି, କପିଳେଶ୍ୱର ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ, ଶିକ୍ଷାପ୍ରେମୀ କମିଟି ସଭାପତି ଶଙ୍କର୍ଷଣ ପ୍ରଧାନ ଓ ଅନ୍ୟମାନଙ୍କ ସମ୍ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାହିତ ହୋଇଥିଲା । ଏଥିରେ ବରିଷ୍ଠ ସାଧନ କର୍ମୀ ସନ୍ତୋଷ ମହାନ୍ତି ରେଡ୍‌କ୍ରସ୍‌ର ସପ୍ତ ସ୍ୱର୍ଣ୍ଣିମ ନୀତି ଓ ସଙ୍କେତ, ପୂର୍ଣ୍ଣଚନ୍ଦ୍ର ଜେନା ରେଡ୍‌କ୍ରସ୍‌ର ଲକ୍ଷ୍ୟ ଓ ରକ୍ତ ନମୁନା, ଦିବାକର ଦଳାଇ ଓ ବାଳକୃଷ୍ଣ ଶାହା ପ୍ରାଥମିକ ଚିକିତ୍ସା, ଡ. ଯଶୋବନ୍ତ ନାରାୟଣ ଜେନା ଆମ୍ବୁଲାନ୍ସ ସେବା, ଆର୍‌ଟିଓ ରବିନ୍ ପଟ୍ଟନାୟକ ରାସ୍ତା ନିରାପତ୍ତା ଆଦି ସମ୍ପର୍କରେ ପ୍ରତ୍ୟେକ୍ଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ୧୧ଟି ବ୍ଲକ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୨୭୪ ଜଣ ଛାତ୍ରଛାତ୍ରୀ ୧୨୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଶିକ୍ଷକଙ୍କୁ ନେଇ ସର୍ବମୋଟ ୪୦୦ ଜଣ ଏଥିରେ ଅଂଶଗ୍ରହଣ କରିଥିଲେ । ୨୩ ତାରିଖ ଉଦ୍‌ଘାଟନୀ ଉତ୍ସବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ଏଡିଇଓ ମମତା ମିଶ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ପ୍ରସନ୍ନ ସାହୁ, ଆତ୍ମା ଅଧ୍ୟକ୍ଷ ମିନତି ସେନାପତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ମହନୀୟତା ଉପରେ ଆଲୋକପାତ୍ କରିଥିଲେ । ଛାତ୍ର ଅମିତେନ୍ଦୁ ସାହୁ ଶିବିର ଅନୁଭୂତି କହିଥିଲେ । ମଞ୍ଚରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ । ଏଠାରେ ପିଲାମାନଙ୍କୁ ମଧ୍ୟ ଯୋଗ ଓ ଅନ୍ୟାନ୍ୟ ସେବାମୂଳକ ଶିକ୍ଷା ଦିଆଯାଇଥିଲା । ପଣ୍ଡିତ ନାରାୟଣ ଦାଶ ବେଦ ପାଠ କରିଥିଲେ । ସ୍ଥାନୀୟ ଅଞ୍ଚଳରୁ ସଂଗୃହୀତ ଅର୍ଥରାଶିକୁ ତିନି ଜଣ ନିରୀହ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା । ସିଆର୍‌ସିସି ଅମରେନ୍ଦ୍ର ପ୍ରଧାନ ଓ ଶିକ୍ଷକ ସୁବାସ ପ୍ରଧାନ ପରିଚାଳନରେ ସହାୟତା କରିଥିଲେ । ପ୍ରଧାନ ଶିକ୍ଷକ ସଞ୍ଜୟ ଦାଶ, ପ୍ରଶାନ୍ତ ବିଶ୍ୱାଳ, ରମେଶ ଦାଶ, ଧୃବ ଚରଣ ବରାଳ, ଜଳନ୍ଧର ବେହେରା, ପବିତ୍ର ଜେନା, ସିଆର୍‌ସିସି ଅଭିମନ୍ୟୁ ପ୍ରଧାନ, ଦୟାନିଧି ମାର୍ଥା, ବସନ୍ତ ସେଠୀ, ତପନ ମଲ୍ଲିକ, ଦୁର୍ଯ୍ୟୋଧନ ପ୍ରଧାନ, କୃତିବାସ ପରିଜା, ଶିକ୍ଷକ ଦେବପ୍ରସାଦ ରଥ, ଗଣେଶ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, କୃଷ୍ଣ ବେହେରା, ଅଭୟ ଚରଣ ସାହୁ, କୈଳାସ ସ୍ବାଇଁ, ସଦାଶିବ ବିଶ୍ୱଳ, ବିଶ୍ୱମ୍ବର ବିଦ୍ୟାପୀଠ ପୁରୀର ଶିକ୍ଷକ ରବୀନ୍ଦ୍ର ଜେନା ଓ ଅନ୍ୟ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ସମସ୍ତଙ୍କ ସହଯୋଗରେ ଗ୍ରାମାଞ୍ଚଳ ରେଡ୍‌କ୍ରସ ଶିବିରଟି ସଫଳ ହୋଇଥିବାରୁ ଅତିଥିମାନେ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ, ସହକର୍ମୀ ବୃନ୍ଦ, କମିଟି, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷା ଅଧିକାରୀଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ । ବିଇଓ ବିନୋଦ ପ୍ରମାଣିକ ଶେଷରେ ସମସ୍ତଙ୍କୁ ସଙ୍ଗୀତର ତାଳେ ତାଳେ ଅଭିନବ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି ଜନ୍‌ ହେନେରି ଡୁନାଣ୍ଟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯୁଦ୍ଧ ବିଭିଷିକାରୁ ସେବା ପାଇଁ ସୃଷ୍ଟ ଏହି ମହତ କାର୍ଯ୍ୟ ୧୯୨୦ରେ ଭାରତ ଓ ୧୯୩୬ରେ ଓଡ଼ିଶାରେ ଆରମ୍ଭ ହୋଇଥିଲା । ପ୍ରଥମ ସ୍ଥାନ ହାସଲ କରିଥିବା ପିଲାମାନେ ରାଜ୍ୟସ୍ତରକୁ ଯିବେ ବୋଲି ମଞ୍ଚରେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.