oom

ଗଳ୍ପ ସଙ୍କଳନ ‘ଶୂନ୍ୟ ସବାରୀ’ ଉନ୍ମୋଚିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଭିତରେ ପଦ୍ମପୁର ଆର୍‌ବି ହାଇସ୍କୁଲର ସମ୍ମିଳନୀ କକ୍ଷରେ ଗାଳ୍ପିକା ଡଃ. ସନ୍ତୋଷିନୀ ବାବୁଙ୍କ ଷଷ୍ଠ ଓଡିଆ ଗଳ୍ପ ସଙ୍କଳନ ‘ଶୂନ୍ୟ ସବାରୀ’ ଉନ୍ମୋଚିତ ହୋଇ ଯାଇଛି । ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜିତ ଆସରରେ ଗୁରୁ ପ୍ରକାଶନୀର ସଭାପତି ପ୍ରଫେସର ମହେନ୍ଦ୍ର ଭୋଇ ଅଧ୍ୟକ୍ଷତାରେ କରିଥିବା ବେଳେ ସଂପାଦକ ଡଃ ମାନଭଂଜନ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି, ନିଜେ ଗାଳ୍ପିକା ଓ ସମୀକ୍ଷକ ଅଧ୍ୟାପକ ଦୁର୍ଗାଶୀଷ ପଟ୍ଟନାୟକ ମଞ୍ଚସୀନ ଥିଲେ । ବାଗଦେବୀ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା ପରେ ମୁଖ୍ୟ ଅତିଥି ପୁସ୍ତକ ଉନ୍ମୋଚନ କରି ଅବକ୍ଷୟ ଆଡକୁ ଗତିଶୀଳ ସାଂପ୍ରତିକ ସମାଜକୁ ସୁରକ୍ଷିତ ରଖିବା ପାଇଁ ସାରସ୍ବତ ସୃଷ୍ଟି ଗୁଡିକର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବାରଟି ଗଳ୍ପକୁ ନେଇ ଏଇ ସଂକଳନକୁ ଚମତ୍କାର ଶୈଳୀରେ ସମୀକ୍ଷା କରିଥିଲେ ଅଧ୍ୟାପକ ପଟ୍ଟନାୟକ । ଗାଳ୍ପିକା ସଂକଳନ ସଂପର୍କିତ ଅଙ୍ଗେ ନିଭା କଥା ଭାଷଣ ପ୍ରସଙ୍ଗରେ ଶୁଣାଇଥିଲେ । ଏଇ ଆସରରେ ମନୋ ରଞ୍ଜନ ସିଂ ବରିହା, ତୀର୍ଥବାସୀ ପଣ୍ତା, ସରୋଜ ଭୁଏ, ଡଃ ପ୍ରମୋଦ କୁମାର ପାଢୀ, ଜଗନ୍ନାଥ ବଢେଇ, ମୀନକେତନ ସାହୁ, ପ୍ରୀତିରଞ୍ଜନ ପ୍ରଧାନ, ରାଜେନ୍ଦ୍ର ମହାନ୍ତି, ଶେଷଦେବ ମେହେର, ଯଶୋବନ୍ତ ବିଶ୍ବାଳ, ସୁଶାନ୍ତ ବଢେଇ, ଅଧ୍ୟାପକ ସମୀର ନାଗ, ତରଣୀସେନ ଦ୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡଃ. ଜୟକେତନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.