oom

ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପକ୍ଷରୁ ଇଛାପଡ଼ା ପ୍ରହରୀ ମଣ୍ଡପଠାରେ ସ୍ଥାନୀୟ ଯୁବ ସ୍ୱେଛାସେବୀମାନଙ୍କ ସହାୟତାରେ ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ସର୍ବମୋଟ ଏକଶହ ସତୁରି (୧୭୦) ରୁ ଉର୍ଦ୍ଧ ବିଭିନ୍ନ ବର୍ଗର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ, କେନସର, ଥାଇରଡ଼ ଜନିତ ରୋଗର ଚିକିତ୍ସା ଓ ପରାମର୍ଶ ଇତ୍ୟାଦିର ସୁବିଧା ପାଇପାରିଥିଲେ । ରୋଗୀମାନେ ନିଜକୁ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଏଭଳି ସ୍ୱାସ୍ଥ୍ୟ ଶିବିର ଆହୁରି ଅନେକ କରିବାପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀକୁ ଅନୁରୋଧ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାଇତ୍ୱରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଦିବ୍ୟକିଶୋର ପତି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର (ଇଚଗ) ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ଡ଼ା. ଅଙ୍କିତ ପଣ୍ଡା, ଡ଼ା, ସୁଦାମ ମେହେର ଏହି ଶିବିରକୁ ଏକ ସଫଳ ଚିକିତ୍ସା ଶିବିର ବୋଲି ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବିଷୟ ବସ୍ତୁ ଉପରେ ଉଦ୍‌ବୋଧନ ଦେଇଥିଲେ । ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଶ୍ରୀମତୀ ସୂର୍ୟ୍ୟଶ୍ମି ହୋତା, ରୋନି ବଗର୍ତି, ରୋଜାଲିନ ହୋତା, ମାମି ସିଂଦେଓ, ବିରୁପାକ୍ଷ ଥନାପତି, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ପଟେଲ ଇତ୍ୟାଦି ସଭ୍ୟ ସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରାଇଥିବା ବେଳେ ଇଛାପଡ଼ା ପ୍ରହରୀ ମଣ୍ଡପ ସଭ୍ୟଗଣ ଯଥା ଗଙ୍ଗାଧର ମାଝୀ, ରାଧେଶ୍ୟାମ ବିଶି, ଚମ୍ପେ ଦୋରା, ଦେବାଶିଷ ଲେଙ୍କା ଇତ୍ୟାଦି ଏହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଦାଇତ୍ୱରେ ଥିବା ବଲାଙ୍ଗିର ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ଦିବ୍ୟକିଶୋର ପତିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.