ppurohit

ପାଞ୍ଚ ଜଣ ସର୍ବୋଚ୍ଚ କୃତି ଛାତ୍ରଛାତ୍ରୀଙ୍କ ସହ ଜେଏସ୍‌ଏମ୍‌ କଲେଜ ଦ୍ୱିତୀୟ ସ୍ଥାନରେ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ର ଙ୍କ ମଧ୍ୟରୁ ଅହିଂଶା ଜୈନ ୯୧% ଏବଂ ସର୍ବମୋଟ ୫୪୪ମାର୍କ ରଖି ଓଡିଶାରେ ୨୫ ତମ ରେଙ୍କ ଅଧିକାର କରିଥିବା ବେଳେ ଅନ୍ନପୂର୍ଣ୍ଣା ଜୈନ ୮୦%, ଶ୍ରଦ୍ଧା ଶର୍ମା ୭୬%, ଅର୍ପିତା ସାହୁ ୭୫% ପାଇଛନ୍ତି । କଲେଜ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଙ୍କ ମଧ୍ୟରୁ ଚନ୍ଦ୍ରଶେଖର ମେହେର ୭୮% ରଖିଛନ୍ତି । ସେହିପରି ଚଳିତ ବର୍ଷ ଜେଏସ୍‌ଏମ୍ ବାଣିଜ୍ୟ କଲେଜର ଛାତ୍ରୀ ୨୫ତମ ରେଙ୍କ ସହ ବଲାଙ୍ଗିର ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି, ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟ ହେବ ଏବଂ ଉଚ୍ଚାଭିଲାଷୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଜେଏସ୍‌ଏମ୍ ବାଣିଜ୍ୟ କଲେଜ ମାର୍ଗଦର୍ଶୀ ସାଜିବ ବୋଲି କୁହାଯାଇଛି ।

Leave A Reply

Your email address will not be published.