csstore

ମାଣ୍ଡୋସିଲରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସମାଜସେବୀ ତଥା ଯୁବନେତା ଲଳିତ ମୋହନ ଜଗତଙ୍କ ତତ୍ୱାବଧାନରେ ବିକଶିତ ଭାରତ ସଂକଳ୍ପ ରଥକୁ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ସମସ୍ତ ଭଦ୍ରବ୍ୟକ୍ତି, ଅଙ୍ଗୱାଡ଼ି କର୍ମୀ ଆଶା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପଞ୍ଚାୟତର ସମସ୍ତ କର୍ମଚାରୀ, ୱାର୍ଡ ମେମ୍ବର ଓ ଏମ୍‌ବିକେ, ଭିଆର୍‌ପିମାନେ ସ୍ଵାଗତ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ନାଏବ ସରପଞ୍ଚ ଲଳିତା ଗଡତିଆ, ବ୍ଲକ୍‌ରୁ ଆସିଥିବା ଦମୟନ୍ତୀ ଭୋଇ, ବିଆର୍‌ସି ବେଦବ୍ୟାସ ନାଇ, ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସସ୍ମିତା ଦାସ ମଞ୍ଚାସୀନ ଥିଲେ । ପ୍ରଥମେ ଭାରତର ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସାମୁହିକ ଭାବରେ ସମସ୍ତେ ଛିଡ଼ା ହୋଇ ଜାତୀୟ ସଂଗୀତ ‘ଜଣ ଗଣ ମନ’ ଗୀତ ଗାଇଥିଲେ । ତା’ପରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ସ୍ୱଚ୍ଛତା ଉପରେ ନୃତ୍ୟ ପରିବେଷଣ କରିଥିଲେ । ପରେ ରଥକୁ ଆଣିଥିବା ସଂଯୋଜକ ଦୀପକ ପାତ୍ର ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ବୁଝାଇଥିଲେ । ଶେଷରେ ନୃତ୍ୟ ପରିବେଷଣ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରଯାଇଥିଲା ।

jayashree
Leave A Reply

Your email address will not be published.