ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ, ଜାଣନ୍ତୁ ଯୋଜନା

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ । ଟଙ୍କା ଜମା କରିବାର କାର୍ୟ୍ୟ ପାଣ୍ଠି ଉତ୍ସର୍ଗ ଅଭିଯାନ ମାଧ୍ୟମରେ ଶେଷ ହେବ । ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ତଥା ଶ୍ରୀରାମ ଜ‌ନ୍ମଭୂମି ତୀର୍ଥା କ୍ଷେତ୍ରର ନ୍ୟାସ ଚମ୍ପତ ରାୟ ବୁଧବାର ଏହା ଘୋଷଣା କରିଛନ୍ତି ।

ଏହି ଅଭିଯାନ ମାଧ୍ୟମରେ ବିଶ୍ୱ ହିନ୍ଦୁ ପରିଷଦ ଭାରତରେ ୫୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରିଛି । ଦାବୀ କରାଯାଇଛି ଯେ, ବି‌ଶ୍ୱ ଇତିହାସରେ ଏଭଳି କୌଣସି ବୃହତ ଜନସମ୍ପର୍କ ଅଭିଯାନ କରାଯାଇନାହିଁ । ଏହି ଅଭିଯାନ ମାଧ୍ୟମରେ ଜମା ହୋଇଥିବା ଟଙ୍କାକୁ ‘ଚାନ୍ଦା’ କୁହାଯିବ ନାହିଁ । ଏହି ଅଭିଯାନକୁ ‘ରାମ ମ‌ନ୍ଦିର ନିଧି ସମର୍ପଣ ଅଭିଯାନ’ କୁହାଯାଉଛି, ଅର୍ଥାତ୍ ମନ୍ଦିର ନିର୍ମାଣ ପାଇଁ ଜନସାଧାରଣ ସ୍ବେଚ୍ଛାକୃତ ଭାବରେ ଦାନ କରିବେ ।

ଏହି ଅଭିଯାନକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ଚମ୍ପତ ରାୟ କହିଛନ୍ତି, ଆଜି ୩୫ ବର୍ଷ ବୟସ୍କ ଯୁବକ ଶ୍ରୀରାମ ଜ‌ନ୍ମଭୂମିର ଇତିହାସ ବିଷୟରେ ଖୁବ୍ କମ୍ ଜାଣିଛନ୍ତି । ସେହି ସମୟରେ କ’ଣ ଘଟିଥିଲା ତ’ କେହି ଦେଖି ନାହା‌ନ୍ତି । ଭାରତ ହେଉଛି ବି‌ଶ୍ୱର ସର୍ବାଧିକ ଯୁବପିଢ଼ିର ଦେଶ । ଏହି କାରଣରୁ ଭାରତର ସେହି ଇତିହାସକୁ ଯୁବକମାନଙ୍କ ନିକଟକୁ ଆଣିବା ଆମର ଦାୟି‌ତ୍ୱ ।

Leave A Reply

Your email address will not be published.