ଅନ୍‌ଲାଇନ୍‌ ମାଧ୍ୟମରେ ଜିଲ୍ଲାସ୍ତରୀୟ କଳାଉତ୍ସବ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହରେ ଜିଲ୍ଲା ସ୍ତରୀୟ କଳାଉତ୍ସବ-୨୦୨୦କୋଭିଡ୍‌ କଟକଣା ଯୋଗୁଁ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ନିଳମଣୀ ପଟେଲଙ୍କ ଉଦ୍ୟମରେ ପରିଚାଳିତ ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪୪ ଜଣ ଛାତ୍ର ଛାତ୍ରୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତ, ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର, ପାରମ୍ପରିକ ଲୋକ ବାଦ୍ୟ ଯନ୍ତ୍ର, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ଚିତ୍ରକଳା ୨-ଡି, ଚିତ୍ରକଳା ୩-ଡି, ଦେଶୀୟ ଖେଳଣା ଓ ଖେଳ ଆଦି ୯ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗର ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ରୋନକ୍‌ ମହାନ୍ତି, ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ରୋହନ ମିଶ୍ର, ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ବିବେକାନନ୍ଦ ତାଣ୍ଡି, ଲୋକନୃତ୍ୟରେ ଅର୍ପଣ ବୈଭବ ବାରିକ, ଚିତ୍ରକଳା ୨-ଡିରେ ମହମ୍ମଦ ମୁର୍‌ତୁଜା ଖାନ୍‌, ଚିତ୍ରକଳା ୩-ଡିରେ ଏନ.ବି. ଶ୍ରୀନିବାସ ପ୍ରଧାନ, ଦେଶୀୟ ଖେଳଣା ଓ ଖେଳରେ ପ୍ରେମାଶିଷ ପାଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗର ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ସ୍ମିତା ପଟ୍ଟନାୟକ, ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ସୁପ୍ରିୟା ମଲ୍ଲିକ, ଶାସ୍ତ୍ରୀୟ ନୃତ୍ୟରେ ଆତ୍ମନ୍‌ ତ୍ରିପାଠୀ,ଲୋକ ନୃତ୍ୟରେ ସ୍ୱପ୍ନା ନନ୍ଦ, ଚିତ୍ରକଳା ୨-ଡିରେ ମୌସୁମୀ ପି.ସେଠ୍‌, ଚିତ୍ରକଳା ୩-ଡିରେ ନିହାରୀକା ମାଝୀ , ଦେଶୀୟ ଖେଳଣା ଓ ଖେଳରେ ଅବନ୍ତିକା ଜେନା ପ୍ରଥମ ସ୍ଥାନ ଅଧିକାର କରି ଜୋନ୍‌ ସ୍ତରୀୟ କଳା ଉତ୍ସବକୁ ଉନ୍ନୀତ ହୋଇଛନ୍ତି । ବିଚାରକ ଭାବରେ ଦୀପକ କୁମାର ବରାଳ, ଗୌର ଚନ୍ଦ୍ର ମହାପାତ୍ର, ପଦ୍ମ ଚରଣ ଆଚାର୍ଯ୍ୟ, ଭକ୍ତ ଚରଣ ନାଏକ, ମୂରଲୀଧାରୀ ପତି, ଶମ୍ଭୁ ପ୍ରସାଦ ନାଏକ, ଦିଲୀପ ସିଂଦେଓ, ବାସୁଦେବ ମେହେର ପ୍ରମୁଖ ଯୋଗଦେଇଥିଲେ । ଅଶ୍ୱିନୀ ଷଡଙ୍ଗୀ, ଅନୀଲ ନନ୍ଦ, ବିଶ୍ୱଜିତ ପଧାନ, କରୁଣା ସା ଅନଲାଇନ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡା ଏହି ପାଞ୍ଚଟି ଜିଲ୍ଲାକୁ ନେଇ ଚଳିତ ମାସ ୧୬ ତାରିଖରେ ଆୟୋଜିତ ଜୋନ୍‌ ସ୍ତରୀୟ କଳାଉତ୍ସବ ବଲାଙ୍ଗିର ଠାରେ ସମସ୍ତ ବିଭାଗରେ ପ୍ରଥମ ହୋଇଥିବା କୃତୀ ପ୍ରତିଯୋଗୀ ଅନଲାଇନ୍‌ ମାଧ୍ୟମରେ ଭାଗ ନେବେ ।

Leave A Reply

Your email address will not be published.

error: Content is protected !!