ନୂଆଦିଲ୍ଲୀ : କୃଷକଙ୍କ ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଉଦ୍ଧବ କହିଛନ୍ତି ଯେ, କୃଷକମାନେ ଦିନରାତି ଏଭଳି ଶୀତଦିନରେ ରାସ୍ତାରେ ଶୋଇଛନ୍ତି । ବିଜେପି ନେତାମାନେ ଏକାଠି ବିଚାର କରିବା ଉଚିତ୍ ଯେ, କୃଷକମାନେ ବାମପନ୍ଥୀ, ପାକିସ୍ତାନୀ ନା ସେମାନେ ଚାଇନାରୁ ଆସିଛନ୍ତି ? ଗୋଟିଏ କଥା ସେମାନେ ବୁଝିବା ଆବଶ୍ୟକ ଯେ, ସେମାନେ ଆମର କୃଷକମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଏବଂ କୃଷକଙ୍କୁ ରାଷ୍ଟ୍ରବିରୋଧୀ ବୋଲି ବି କହୁଛନ୍ତି । ଏହା ଆମର ସଂସ୍କୃତି ନୁହେଁ । ଆମ କୃଷକମାନଙ୍କ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ ବିଜେପି ସରକାର ସେମାନଙ୍କୁ ପାକିସ୍ତାନୀ, ଜାତୀୟ ବିରୋଧୀ ବୋଲି କହୁଛି । ସେ ଆହୁରି କହିଛନ୍ତି ଯେ, ବିଜେପି ପାକିସ୍ତାନରୁ ଚିନି ଏବଂ ପିଆଜ ଆଣୁଛି । ତେବେ ବର୍ତ୍ତମାନ ପାକିସ୍ତାନରୁ କୃଷକ ମଧ୍ୟ ଆଣିବ କି ବିଜେପି ?