ବଲାଙ୍ଗିର, (କେପିଏନ୍ଏସ୍): ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ବଲାଙ୍ଗିର ସହ ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ଦାବୀ କରାଯାଇଛି । ଗତ ଦୀର୍ଘ ମାସ କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ନିର୍ଭୟରେ କାର୍ଯ୍ୟରତ ରହିଛନ୍ତି । ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଡାକ୍ତର, ନର୍ସ, ପୋଲିସ, ଜନ ପ୍ରତିନିଧିଙ୍କ ଠାରୁ ଅଲଗା ହୋଇ ଖବର ପାଇଁ ଦିନରାତି ରାଜ ରାସ୍ତାକୁ ଓହ୍ଲାଇ ଦେଶର ହିତ ପାଇଁ ଖବର ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ପରିବାର ଏବଂ ଭବିଷ୍ୟତ ପାଇଁ ଅନ୍ୟ କୌଣସି ରୋଜଗାର ପନ୍ଥା ପାଇଁ ତାଙ୍କୁ ସମୟ ମିଳି ନଥାଏ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଭିଆଇପି ତରଫରୁ ସାମ୍ବାଦିକମାନଙ୍କୁ ଆହୁରି ନିରପେକ୍ଷ ଏବଂ ଦେଶସେବାରେ କାର୍ଯ୍ୟ କ୍ଷମତା ବଢାଇବା ପାଇଁ ଟ୍ରେନ୍, ବସ ଯୋଗେ ଯାତାୟତ ସମୟରେ ମୁକ୍ତ ଟିକେଟ ଯୋଗାଇବା, ୪ ଡିସିମିଲ ଘର ଡିହ ବାଡି ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡିଆ, ବିଜୁ ପକ୍କାଘର ବା ଇନ୍ଦିରା ଆବାସ ଭଳି ଯୋଜନାରେ ଘର ଯୋଗାଇବା, ବୀମା, ପିଲା ଛୁଆଙ୍କୁ ପାଠ ପଢାରେ ସାହାଯ୍ୟ, ସରକାରୀ, ଜାତୀୟ ଏବଂ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଖବର ପାଇଁ ଭତ୍ତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ।