ସମାଜସେବା ପାଇଁ ଚର୍ଚ୍ଚାରେ ଦଣ୍ଡପାଟ ଅଞ୍ଚଳରେ ଭାରତୀ

ଧର୍ମଗଡ଼, (ଭାରତ ବିଶି) : ସମାଜସେବା ପାଇଁ ଉତ୍ସର୍ଗୀକୃତ ଜଣେ ଯୁବତୀ ଭାରତୀ ବିଶି । ଦଣ୍ଡପାଟ ଅଞ୍ଚଳର ୧୫ ଜଣ ଅସହାୟ ବୃଦ୍ଧା ଓ ଜଣେ ଭିନ୍ନକ୍ଷମଙ୍କୁ ନିଜ ଉଦ୍ୟମରେ କମ୍ବଳ ବଣ୍ଟନ କରିଥିବା ବେଳେ ଅନେକ ସମୟରେ ଲୋକଙ୍କୁ କରୋନା ସଚେତନ କରି ଆସୁଛନ୍ତି । ତାଙ୍କର ଏହି ଜନସେବା ପାଇଁ ଅନେକ ମହଲରୁ ପ୍ରଶଂସାର ସୁଅ ଛୁଟିବା ସହ କଲାର୍‌ ସମାଜ ତରଫରୁ ମଧ୍ୟ ସାଧୁବାଦ ଜଣେଇଛନ୍ତି । ସବୁବେଳେ ସମାଜସେବା କରି ଚର୍ଚ୍ଚାରେ ରୁହନ୍ତି ସେ । କରୋନା ମହାମାରୀ କାଳରେ ଲୋକଙ୍କୁ ସଚେତନ କରିବା ହେଉ କି ମାକ୍ସ ବାଣ୍ଟିବା ହେଉ ସବୁବେଳେ ସେ ଲୋକଙ୍କ ସେବାରେ ସମର୍ପିତ । ଆଉ ଏବେ ବୃଦ୍ଧାମାନଙ୍କୁ କମ୍ବଳ ବାଣ୍ଟି ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଭାରତୀ ।

Leave A Reply

Your email address will not be published.