ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମତା (ଏଚ୍ଆଇଏମ୍ସି), ପ୍ରୋଜେକ୍ଟ ଜାଗୃତି ସଇଁନ୍ତଲା ବଲାଙ୍ଗିରର ଅନୁକୁଲ୍ୟରେ ଅକ୍ଷରା ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେ କିଶୋରୀ ଝିଅମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନିଜର ପାଠପଢା ଜାରି ରଖିବେ ଏବଂ ବାଲ୍ୟବିବାହ କିପରି ହ୍ରାସ ହୋଇ ପରିବ ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାକୁ ପରିଚାଳନା କରିଥିଲେ ଏସ୍ପିଏମ୍ ବେଞ୍ଜାମିନ ନାୟକ ଓ ବ୍ଲକ ସୁପରଭାଇଜର୍ ରଞ୍ଜୁ ମଣ୍ଡଲ । ଏହି କାର୍ଯ୍ୟକ୍ରମୁ କୁଲୁତାପଡା ହାଇସ୍କୁଲ ଏବଂ ବଡ଼ଙ୍ଗୋମୁଣ୍ଡା ହାଇସ୍କୁଲରେ ଆୟୋଜିତ କରାଯାଇଥିଲା । ଏଥିରେ ମମତା (ଏଚ୍ଆଇଏମ୍ସି)ର କର୍ମୀମାନେ ସହଯୋଗ କରିଥିଲେ ।