oom

ଚଳିତ ବର୍ଷ ଜନ୍ମଦିନ ପାଳିବେନି ସୋନିଆ

jsmm

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖରେ ନିଜର ଜନ୍ମଦିନ ପାଳିବେ ନାହିଁ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ଚାଷୀମାନେ ଧାରଣାରେ ବସି ଆନ୍ଦୋଳନ ଚଳାଇଛନ୍ତି। ପୁଣି କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରୁଛନ୍ତି। ଏହାକୁ ୨୪ଟି ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟି​‌ରେ​ ଦେଇ ସୋନିଆ ଗାନ୍ଧୀ ଏ ବର୍ଷ ଜନ୍ମଦିନ ପାଳି​‌ବେ ନାହିଁ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.