csstore

ବରତୁଣ୍ଡା ରଞ୍ଜନ ମେମୋରିଆଲ ଉଦ୍‌ଯାପିତ : ଡୁଡୁକିଝରିଆ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ବରତୁଣ୍ଡା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୯ତମ ରଞ୍ଜନ ମେମୋରିଆଲ କ୍ରିକେଟ କପ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କାଦୋମେରିକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । କାଦୋମେରି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବେକେଟ ହରାଇ ୭୬ ରନ ସଂଗ୍ରହ କରିଥିଲେ । ବିଜୟ ଲକ୍ଷ୍ୟ ନେଇ ଡୁଡୁକିଝରିଆ ଦଳରୁ ମଣ୍ଟୁ ଷଡ଼ଙ୍ଗୀଙ୍କ ୪୮ ରନ ଓ ହେମସାଗର ବରିହା ୧୮ ରନ ସହାୟତାରେ ଆବଶ୍ୟକ ରନ ସଂଗ୍ରହ ଚମ୍ପିୟାନ ହୋଇଛି । ଖେଳ ପରିଚାଳନା ଗୋପାଳ ଅଗ୍ରୱାଲ ଓ ମୁକେଶ କୁମାର ସିଂ କରିଥିଲେ । ହେମନ୍ତ କୁମାର ମାଝୀ ଓ ଦିଲ୍ଳିପ ମାଝୀ ସ୍କୋରର ଥିବା ବେଲେ ବଳଦେବ ଦାଓ ଧାରାବିବରଣୀ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋବିନ୍ଦ ସୁନା, ସମ୍ମାନିତ ଅତିଥି ରୂପେ ଜଗଜୀବନ ସିଂ ଗିର୍ଣ୍ଣା, ଉମାକାନ୍ତ ବାଗ, ବିଭିଷଣ ଦିଓ୍ବାନ, ଉଗ୍ରସେନ ପ୍ରଧାନ, ସହଦେବ ଦାଓ, ଫିରୋଜ ମହମ୍ମଦ, ଗୁରୁବାରୁ ପଟ୍ଟନାୟକ, ସତାର ଖାନ, ସତ୍ୟ ହେର୍ଣ୍ଣା, ବିଭିଷଣ ବହିଦାର, ସମ୍ବାଦିକ ଗିରିଶ ଭାଈ, ଅରୁଣ ସୁନା ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ଡୁଡୁକିଝରିଆ ଦଳର ମଣ୍ଟୁ ଷଡ଼ଙ୍ଗୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପ୍ରଦାନ କରାଯାଇଥିଲା । ଏଥିରେ ଜେସିସି କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.