ସ୍ୱସ୍ତିକ ଖମାରି ହେଲେ ଯୁକ୍ତ ଦୁଇ କଳା ବିଭାଗର ରାଜ୍ୟ ଟପ୍ପର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ମହାବିଦ୍ୟାଳୟରେ ଚଳିତ ବର୍ଷ ୩୧୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ କଳା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୧୯ ଜଣ ପ୍ରଥମ ଶ୍ରେଣୀରେ, ୪୧ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୩୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ସ୍ୱସ୍ତିକ ଖମାରି ୫୫୭ ମାର୍କ (୯୨.୮୩ ପ୍ରତିଶତ) ରଖି ସମଗ୍ର ଓଡ଼ିଶାରେ ଶ୍ରେଷ୍ଠ ଦଶ ଜଣ ମଧ୍ୟରେ ସ୍ଥାନ ପାଇଥିବାରୁ ତାଙ୍କୁ ନିଜ ଆଖପାଖ ତଥା ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି । ସେ ହେଉଛନ୍ତି କମଗାଁ ବାସିନ୍ଦା ତଥା ସରକାରୀ ନୋଡାଲ ୟୁପି ସ୍କୁଲ ଖରମୁଣ୍ଡାର ଶିକ୍ଷକ ବିଜୟ ଖମାରିଙ୍କ ଦ୍ୱିତୀୟ ପୁତ୍ର । ସ୍ୱସ୍ତିକଙ୍କ ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଅଭିଭାବକ ମହଲରୁ ଖୁବ୍ ପ୍ରସଂଶା ସହ ଅଭିନନ୍ଦନର ସୁଅ ଛୁଟୁଛି ।

Leave A Reply

Your email address will not be published.