ଭାରସାମ୍ୟ ହରାଇ ଗଛରେ ପିଟି ହେଲା କମ୍ପାନୀ ବସ୍ : ୬ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ମହିଷାପାଟ ମାଣିଆବନ୍ଧ ଆଶ୍ରମ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହେଲା କମ୍ପାନୀ ବସ୍‌ । ଏଥିରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼ରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟର ବସ୍‌ ଢେଙ୍କାନାଳରୁ କିଛି କମ୍ପାନୀ କର୍ମଚାରୀ ଏବଂ ଅନ୍ୟ କେତେଜଣ ଯାତ୍ରୀଙ୍କୁ ନେଇ ଆଠଗଡ଼ ଯାଉଥିଲା । ହେଲେ ମହିଷାପାଟ ମାଣିଆବନ୍ଧ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ତେନ୍ତୁଳି ଗଛରେ ପିଟି ହୋଇଥିଲା । ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିବା ବେଳେ ଏଥିରେ ୬ ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତରଙ୍କ ମଧ୍ୟରେ କମ୍ପାନୀ କର୍ମଚାରୀ ଏବଂ ସାଧାରଣ ଯାତ୍ରୀ ରହିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣ ଡିଏଚଏଚରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

error: Content is protected !!