ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଅଞ୍ଚଳରେ ଜାଲ ସଂପାଦକଙ୍କ ମାଟ୍ରିକ ଫେଲ ବିଏ ପାସର କଳାକାରନାମାର ଚର୍ଚ୍ଚା ଥମି ନଥିବା ବେଳେ ଆଉ ଏକ ନକଲି କାରବାର ମାମଲା ଥାନାରେ ପହଞ୍ଚିଛି । ସରପଞ୍ଚ ସିଲ ମୋହର, ଲେଟର ପେଡ, ଦସ୍ତଖତକୁ ଜାଲ କରି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ନକଲି ପ୍ରମାଣପତ୍ର ତିଆରି କରି ଲୋକଙ୍କୁ ଦେଉଥିବାର ଅଭିଯୋଗ କରିଛନ୍ତି ଝାରବନ୍ଧ ଥାନା ଅନ୍ତର୍ଗତ ଭଣ୍ଡାରପୁରୀ ଗାମ ପଞ୍ଚାୟତର ସରପଞ୍ଚ କିରନ ବାଗ । ଏହି ରାକେଟର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଝାରବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର ଲେଟର୍ ପେଡ୍, ସିଲ୍ ମୋହର ତଥା ସରପଞ୍ଚଙ୍କ ଦସ୍ତଖତ ଫର୍ଜିକରି କିଛି ଦୁର୍ବୁତ୍ତ ଏକ ରାକେଟ୍ ଚଳାଉଥିବାର ଅଭିଯୋଗ ହୋଇଛି । ଯାହା ଫର୍ଜି ପ୍ରମାଣପତ୍ର ତିଆରି କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମା କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିସ୍ କେସ ନଂ. ୫୯୩, ୫୯୪, ୫୯୫, ୫୯୬ ତା.୨୫/୦୧/୨୦୨୩କୁ ତଦନ୍ତ କଲେ ଜଣାପଡୁଥିବାର ଉଲ୍ଲେଖ ରହିଛି । ସପୃକ୍ତ ପ୍ରମାଣପତ୍ରରେ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜାମପାଲି ଗ୍ରାମର ହୃଷିକେତନ ସାହୁ, ପି- ବରତ ସାହୁ ନିଜେ ପ୍ରମାଣପତ୍ର ଫର୍ଜିକରି ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବୋଲି ସରପଞ୍ଚ କିରନ ବାଗ ଅଭିଯୋଗ କରିଛନ୍ତି । ଝାରବନ୍ଧରେ ନକଲି ମାଷ୍ଟ୍ରାଣୀ, ନକଲି ତହସିଲଦାର, ନକଲି ପେକ୍ସ ସଂପାଦକ ପରେ ନକଲି ସରପଞ୍ଚର ଆର୍ବିଭାବକୁ ନେଇ ବୁଦ୍ଧିଜୀବୀ ମହଲରେ କଡା ସମାଲୋଚନା ହେଉଛି । ଏହି ଜାଲ ସରପଞ୍ଚର କଳା ସାମ୍ରାଜ୍ୟର ପର୍ଦାଫାସ ପାଇଁ ସଚେତନ ନାଗରିକ ମହଲରେ ଦାବୀ ହେଉଛି ।
Prev Post