oom

୩ ଦଫା ଦାବୀ ନେଇ ଲୋକ ଉନ୍ନତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ଓ ଖଇରା ପଞ୍ଚାୟତର ୩ ଦଫା ଦାବୀ ନେଇ ଆଜି ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ ଉନ୍ନତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଲୋକ ଉନ୍ନତି ସଂଗଠନର ବ୍ଲକ ସଂଯୋଜକ ଅନଙ୍ଗ ପ୍ରଭା ଭୋଇଙ୍କ ନେତୃତ୍ୱରେ ପ୍ରଥମେ ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ବିଡ଼ିଓଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ୩ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ୩ ଦଫା ଦାବୀ ମଧ୍ୟରେ ଫୁଣ୍ଡେଲପଦର ଗାଁରେ ଥିବା ଅଙ୍ଗନବାଡ଼ି କୋଠା ନିର୍ମାଣ କରାଯାଉ, ଗ୍ରୀଷ୍ମ ଋତୁରେ ନଳକୂପ ମରାମତି କରାଯିବା ସହ ନିର୍ମାଣ କରାଯାଉ, କିଶୋରୀମାନଙ୍କୁ ସବୁବେଳେ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା, ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା, ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକର ଶିଶୁ, କିଶୋର, କିଶୋରୀ, ବାଳିକା, ଗର୍ଭବତୀ ଆଦିଙ୍କୁ ପୁଷ୍ଟି ସାଧନର ମୁଖ୍ୟସ୍ରୋତରେ ସାମିଲ ଆଦି ଦାବୀ କରାଯାଇଥିଲା ।

jittmm
Leave A Reply

Your email address will not be published.