ତିନି ଦିନିଆ ଜାତୀୟ କର୍ମଶାଳା

  • ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ସହଭାଗୀତାରେ ଆସନ୍ତା ୧୭ ଫେବୃଆରୀରୁ ୧୯ ଫେବୃଆରୀ, ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍‌ ଅଡିଟୋରିୟମଠାରେ ଗ୍ରାମ ପଞ୍ଚାୟତଗୁଡିକରେ ପ୍ରସସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲ୍‌ଏସ୍‌ଡିଜି) ସମ୍ବନ୍ଧୀୟ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଆୟୋଜିତ ହେଉଅଛି ।

ଏହି ତିନିଦିନିଆ ଜାତୀୟ କର୍ମଶାଳାରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ବିଷୟବସ୍ତୁ ୩ ଓ ୯ ଅର୍ଥାତ ‘ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ’ ଏବଂ ‘ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ’ ଉପରେ ବିଷଦ ଆଲୋଚନା କରାଯିବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହ କର୍ମଶାଳାକୁ ଉଦ୍‌ଘାଟନ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ୱର ପାଟିଲ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ରାଜ୍ୟ ମନ୍ତ୍ରୀ(ସ୍ୱାଧୀନ) ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ, ଓଡିଶା ସରକାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଉଦ୍‌ଘାଟନୀ ଅଧିବେଶନରେ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ, ଓଡିଶା ସରକାର, ସୁଶୀଲ କୁମାର ଲୋହିନ, ପ୍ରମୁଖ ଶାସନ ସଚିବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡିଶା ସରକାର ଏବଂ ଡ. ଚନ୍ଦ୍ର ଶେଖର କୁମାର, ଅତିରିକ୍ତ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୬୦୦ରୁ ଅଧିକ ପଞ୍ଚାୟତିରାଜ ପ୍ରତିନିଧିଗଣ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, ସାମାଜିକ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ତିନିଦିନିଆ ଜାତୀୟ କର୍ମଶାଳାର ପ୍ରଥମ ଦଇ ଦିନରେ ଶିଶୁ ଓ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ଉପରେ ସମ୍ପୃକ୍ତ ଅଧିକ୍ଷେତ୍ରରେ ବିଶେଷଜ୍ଞଙ୍କ ଦ୍ୱାରା ବିଭିନ୍ନ ପାରସ୍ପରିକ ଶିକ୍ଷଣୀୟ ଅଧିବେଶନ ତଥା ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ବିଷୟବସ୍ତୁ ଆଧାରିତ ବହୁ ପ୍ରାମାଣିକ ଚଳଚ୍ଚିତ୍ର ଉପସ୍ଥାପନା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଓ ପୁସ୍ତକ ଆଦି ଉନ୍ମୋଚନ କରାଯିବ । କର୍ମଶାଳାରେ ଭାଗ ନେଉଥିବା ଅଂଶଗ୍ରହଣକାରୀମାନେ ଉପସ୍ଥିତ ବିଶିଷ୍ଟ ବକ୍ତାମାନଙ୍କ ଦ୍ୱାରା ବିଭିନ୍ନ ପ୍ରାସଙ୍ଗିକ ଜ୍ଞାନର ଆଦାନ ପ୍ରଦାନର ଅନୁଭୂତି ଲାଭ କରିବେ । ପାରମ୍ପରିକ ଲୋକ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସାଂସ୍କୃତିକ ଗୋଷ୍ଠୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଜାତୀୟ କର୍ମଶାଳାରେ ଭାଗ ନେଉଥିବା ପ୍ରତିନିଧିମାନଙ୍କ ପାଇଁ ହେବ ଅନ୍ୟ ଏକ ଆକର୍ଷଣ ।

ଏହି କର୍ମଶାଳାର ତୃତୀୟ ଦିନରେ ପ୍ରତିନିଧିଦଳ ‘କାର୍ଯ୍ୟରୁ ଶିକ୍ଷା-ଅଭିଜ୍ଞତା ହାସଲ ଏବଂ ପ୍ରାୟୋଗିକ ଶିକ୍ଷା ଲାଭ’ ସମ୍ପନ୍ଧୀୟ ଏକ କ୍ଷତ୍ରୀୟ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସେମାନେ ବିଭିନ୍ନ ଯୋଜନା ଅନ୍ତର୍ଗତ ବିଶେଷତଃ ମହିଳାମାନେ ଏବଂ ଶିଶୁ କଲ୍ୟାଣ ନିମନ୍ତେ ରାଜ୍ୟ ଦ୍ୱାରା ସଫଳତାର ସହ ରୂପାୟନ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକରୁ ଏକ ଶିକ୍ଷଣୀୟ ଅଭିଜ୍ଞତା ହାସଲ କରିପାରିବେ ।

Leave A Reply

Your email address will not be published.