ବିଶ୍ୱ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକାକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ

ମାଲକାନଗିରି : ମାଥିଲି ନାଗରିକ ମଞ୍ଚ ତରଫରୁ ସହିଦ ଲକ୍ଷ୍ମଣ ନାୟକ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମାଥିଲି ବ୍ଲକ ବିଡ଼ିଓ ହୃଷିକେଶ ଗଣ୍ଡ, ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶୀଭୂଷଣ ମିଶ୍ର, ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ସଦର ପଞ୍ଚାୟତ ସରପଞ୍ଚ କାନାମ ରାଜୁ ନାୟକ, ମାଥିଲି ବ୍ଲକ ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟ ହିରଣ୍ୟ ମୁଦୁଲି ଓ ବରିଷ୍ଠ ନାଗରିକ ଶିବ ପ୍ରସାଦ ପରିଛା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ମାଥିଲି ନାଗରିକ ମଞ୍ଚର ଆବାହକ କୁନାଲ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅତିଥିମାନେ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେବା ପରେ ପ୍ରଥମେ ଭାରତ ମାତାଙ୍କ ସଙ୍ଗୀତ ଗାନ କରାଯାଇଥିଲା । ପରେ ପରେ ମାଥିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁନି କୁନି ଛାତ୍ରଛାତ୍ରୀ ମାନେ ଏକ ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.