oom

ସ୍ୱାଧୀନତା ଦିବସରେ ପରାଧୀନ ଜୀବନ : ଭୋଇପାଲିରେ କଙ୍ଗାରୁ କୋର୍ଟ, ଦାନା ପାଣି ବାସନ୍ଦ, କଥାହେଲେ ୫୦୦ ଟଙ୍କା ଫାଇନ୍‌

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦେଶ ଶହ ଶହ ବର୍ଷର ପରାଧୀନତା ପରେ ଆଜିର ଦିନରେ ସ୍ୱାଧୀନତା ପାଇଥିବା ଉତ୍ସବ ମନାଇବା ସହ ଦେଶରେ ସ୍ୱାଧୀନତାକୁ ଆହୁରି ବଳବତ୍ତର କରିବାର ପ୍ରୟାସ ଜାରି ରହିଛି । କିନ୍ତୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଦେଶର କେତେକ ଅଂଚଳରେ ଲୋକଙ୍କୁ ପରାଧୀନ କରି ରଖିବାର ବିକୃତ ମାନସିକତା ଯାଇନାହି । ଗାଁରେ ସାମାନ୍ୟ ଝଗଡା କଥା କଟାକଟିକୁ ନେଇ ବସୁଛି କଙ୍ଗାରୁ କୋର୍ଟ । ବିଭିନ୍ନ ପରିବାରଙ୍କ ଦାନା ପାଣି, ଚାଷ କାମରୁ ବାସନ୍ଦ କରାଯାଉଛି । ଏହି କଙ୍ଗାରୁ କୋର୍ଟର ଆଦେଶ ଓ ଭୟକୁ ବଳବତ୍ତର ରଖିବା ପାଇଁ ଗାଁର କେହି ସେମାନଙ୍କ ସହିତ କଥା ହେଲେ ତାଙ୍କୁ ୫୦୦ ଟଙ୍କା ଫାଇନ ମଧ୍ୟ କରାଯାଉଛି । ଘଟଣାର ବିରୋଧରେ ଅଭିଯୋଗ ଓ ଆକୁଳ ନିବେଦନ କରିଛନ୍ତି ଭୁକ୍ତଭୋଗୀ । ଆଜିର ଦିନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ତଥା ଉପରବାହାଲ ଗ୍ରାମ ପଞ୍ଚାୟତର ଭୋଇପାଲି ଗାଁରେ ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲା ଉପରବାହାଲ ଗ୍ରାମ ପାଞ୍ଚାୟତର ଭୋଇପାଲିରେ କିଶୋର ସାହୁ ଓ ଭାଇ ଲାଲବିହାରୀ ସାହୁ ବସବାସ କରନ୍ତି । ତାଙ୍କ ପିତା ଗୁଣନିଧି ସାହୁ ନିଜ ଜମିବାଡିକୁ ଗତ ୨୦୦୯ ମସିହାରେ ଉଭୟ ଭାଇଙ୍କ ମଧ୍ୟରେ ଭାଗ କରି ଦେଇଥିଲେ । କିନ୍ତୁ କିଛି ବର୍ଷ ହେଲା ଲାଲବିହାରୀ ଜମିର ଭାଗ ବଂଟାକୁ ନେଇ ଭାଇ କିଶୋରଙ୍କ ସହିତ ଝଗଡା କରି ଆସୁଛନ୍ତି । ତେବେ ଗାଁର କିଛି ଲୋକ ଏହାର ଫାଇଦା ଉଠାଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡା କରାଇ କିଶୋରଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଛନ୍ତି । ଗାଁରେ କଙ୍ଗାରୁ କୋର୍ଟ କରି ସମସ୍ତ ଗ୍ରାମବାସୀଙ୍କୁ କିଶୋରଙ୍କ ପରିବାର ସହ ସମସ୍ତ ସଂପର୍କ ତୁଟାଇ ଦେବା ପାଇଁ ଆଦେଶ କରିଛନ୍ତି । କିଶୋରଙ୍କୁ ନିଜ ଚାଷ ଜମିରେ କାମ କରିବାକୁ ବାରଣ କରାଯାଇଛି । ଏପରିକି କିଶୋର ଓ ତାଙ୍କ ପରିବାରବର୍ଗ ସହ ଗାଁର କେହି କଥା ହେଲେ ମଧ୍ୟ ତାକୁ ୫୦୦ଟଙ୍କା ଫାଇନ କରାଯାଉଛି । ଏଭଳି ସ୍ଥିତିରେ କିଶୋର ଓ ତାଙ୍କ ପରିବାର ଗାଁରେ ଏକ ଘରକିଆ ହୋଇ ଯାଇଥିବା ବେଳେ ତାଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆହୁରି ଏହି ଘଟଣାରେ ଖୋଦ୍‌ ଗାଁର ୱାର୍ଡ ମେମ୍ବର ଅକ୍ଷୟ ସେଠ୍‌ ସଂଶ୍ଲିଷ୍ଟ ରହିବା ସଂଗେ ସଂଗେ ଗାଁର ସରୋଜ ନାଏକ ସହ ବିଭିନ୍ନ ଯୁବକଙ୍କୁ ମତାଇ କିଶୋରଙ୍କ ପୁଅ ବିଭୂତିଭୂଷଣ ଠିକା ପାଇଥିବା ଖଜୁରୀବନ୍ଧକୁ ଯାଇ ବେଆଇନ ଭାବେ ମାଛ ମାରୁଛନ୍ତି । କିଶୋର ଏହାକୁ ବାରଣ କଲେ ତାଙ୍କୁ ଗାଳି ଗୁଲଜ୍‌ କରିବା ସହ ଜୀବନରେ ମାରି ଦେବା ପାଇଁ ଧମକ୍‌ ମଧ୍ୟ ଦେଉଛନ୍ତି ବୋଲି ସେ ଜଣାଇଛନ୍ତି । ତେବେ ଏ ସଂମ୍ପର୍କରେ ବଲାଙ୍ଗିର ସଦର ଥାନ ଅଧୀନସ୍ଥ ଗଡଶଙ୍କର ଡୁଙ୍ଗୁରିପାଲି ଫାଣ୍ଡିରେ କିଶୋର ସାହୁ ଗତକାଲି ଲିଖିତ ଅଭିଯୋଗ ଜଣାଇଥିବା ବେଳେ ସ୍ୱଚ୍ଛନ୍ଦରେ ଜୀବନ ଜିଇଁବାର ଅଧିକାର ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।

jittmm
Leave A Reply

Your email address will not be published.