jayashree

ନୂଆଦିଲ୍ଲୀରେ ଆତଙ୍କବାଦକୁ ଅର୍ଥ ଯୋଗାଣ ବିରୁଦ୍ଧରେ ତୃତୀୟ “ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

• “ଗୋଟିଏ ଆକ୍ରମଣକୁ ଆମେ ବହୁତ ବୋଲି ବିବେଚନା କରୁ, ଏପରିକି ଗୋଟିଏ ଜୀବନ ଗଲେ ତା’ ମଧ୍ୟ ବହୁତ, ତେଣୁ ଆତଙ୍କବାଦ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ
• “ଆତଙ୍କବାଦରେ ଭଲ ମନ୍ଦ କିଛି ନାହିଁ, ଏହା ମାନବତା, ସ୍ୱାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ, ଏହାର କିଛି ସୀମା ସରହଦ ନାହିଁ”
• “କେବଳ ଗୋଟିଏ ପୋଷାକ, ଏକାଠି ଓ ଶୂନ୍ୟ ସହନଶୀଳତା ଉପାୟ ଆତଙ୍କବାଦକୁ ହରାଇ ପାରିବ”
• “ଆତଙ୍କବାଦକୁ ସମର୍ଥନ ଦେଉଥିବା ରାଷ୍ଟ୍ର ଉପରେ ମୂଲ୍ୟ ଧାର୍ଯ୍ୟ ହେବା ଆବଶ୍ୟକ”
• “ନୂତନ ଆର୍ଥିକ ବୈଷୟିକ ଜ୍ଞାନକୁ ସମସ୍ତେ ଗୋଟିଏ ଦୃଷ୍ଟି ଭଙ୍ଗୀରେ ବୁଝିବା ଦରକାର”
• “ଉଗ୍ରବାଦକୁ ସମର୍ଥନ ଦେଉଥିବା ଯେକୌଣସି ବ୍ୟକ୍ତିର ଦେଶରେ କୌଣସି ସ୍ଥାନ ନାହିଁ”

ନୂଆଦିଲ୍ଲୀ, (ପିଆଇବି) : ଆତଙ୍କବାଦର ମୁକାବିଲା ଦିଗରେ ମନରେ କୌଣସି ଦ୍ୱିଧା ରଖିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ କଣ୍ଠରେ କହିଛନ୍ତି । ଆତଙ୍କବାଦ ନିଜର ବିଦେଶ ନୀତି ଭାବେ ଗ୍ରହଣ କରୁଥିବା ଦେଶଗୁଡିକୁ ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି । ଆଜି (୧୮.୧୧. ୨୦୨୨) ନୂଆଦିଲ୍ଲୀଠାରେ ଆତଙ୍କବାଦକୁ ଅର୍ଥ ଯୋଗାଣ ସମ୍ପର୍କୀତ ‘ନୋ ମନି ଫର ଟେରର” (ଏନଏମଏଫଟି)ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ସମବେତ ଜନତାଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତରେ ଆୟୋଜିତ ହେଉଥିବା ସମ୍ମିଳନୀରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଗୁରୁତର ଭାବେ ଏ ବିଷୟ ଚିନ୍ତା କରିବାର ବହୁ ଆଗରୁ ଆମ ଦେଶ ଆତଙ୍କବାଦର କଳା ମୁହଁ ଦେଖି ସାରିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆତଙ୍କବାଦ ଭିନ୍ନ ଭିନ୍ନ ନାମ ଓ ଆକାରରେ ଭାରତକୁ କ୍ଷତାକ୍ତ କରିଛି ।”

ହଜାର ହଜାର ଅମୂଲ୍ୟ ଜୀବନ ହାନୀ ସତ୍ୱେ ଭାରତ ସାହସର ସହ ଆତଙ୍କବାଦର ମୁକାବିଲା କରିଛି ବୋଲି ସେ କହିଥିଲେ । ଏଥିରେ ଯୋଗଦେଇଥିବା ପ୍ରତିନିଧିଗଣ ଭାରତୀୟ ମାନେ ଆତଙ୍କର କିପରି ମୁକାବିଲା କରିଛନ୍ତି ସେ ସମ୍ପର୍କରେ ଭାରତ ସହ ମତ ବିନିମୟ କରିବା ଉପରେ ସେ ଆଲୋକପାତ କରିଥିଲେ । “ଆମ ବିଚାରରେ ଗୋଟିଏ ଆକ୍ରମଣ ଅନେକ ସହ ସମାନ ଓ ଗୋଟିଏ ଜୀବନ ହାନୀ ମଧ୍ୟ ଅନେକ ସହ ସମାନ । ସେଥିପାଇଁ ଆତଙ୍କବାଦ ସମୂଳେ ଧ୍ୱଂସ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ କରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାକୁ କେବଳ ଏକ ମନ୍ତ୍ରମାନଙ୍କ ସମାଗମ ଭାବେ ବିବେଚନା କରିବା ଅନୁଚିତ, କାରଣ ଆତଙ୍କବାଦ ସମଗ୍ର ମାନବତାକୁ ପ୍ରଭାବିତ କରୁଛି । ଆତଙ୍କବାଦର ଦୀର୍ଘକାଳୀନ ପ୍ରଭାବ ବିଶେଷ କରି ଗରିବମାନଙ୍କ ଉପରେ ଓ ସ୍ଥାନୀୟ ଅର୍ଥନୀତି ଉପରେ ପଡିଥାଏ । “ସେ ପର୍ଯ୍ୟଟନ ହେଉ ବା ବାଣିଜ୍ୟ ନିରବିଚ୍ଛନ୍ନ ଭାବେ ଭୟର ବାତାବରଣ ଥିବା ସ୍ଥାନକୁ କେହି ଭଲ ପାଆନ୍ତି ନାହିଁ” ବୋଲି ଶ୍ରୀ ମୋଦୀ କହିଥିଲେ । ଆତଙ୍କବାଦ ଯୋଗୁଁ ଲୋକମାନଙ୍କ ଜୀବନଜୀବିକା ଛଡାଇ ନିଆଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆତଙ୍କବାଦ ପାଇଁ ଯୋଗାଯାଉଥିବା ଆର୍ଥିକ ବ୍ୟବସ୍ଥା ମୂଳରେ ପ୍ରହାର କରିବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦର ମୁକାବିଲା ନେଇ କୌଣସି ଦ୍ୱିଧା ରହିବା ଅନୁଚିତ । ଆତଙ୍କବାଦ ନେଇ ଥିବା ଭ୍ରମାତ୍ମକ ଚିନ୍ତାଧାରା ଉପରେ ଆଲୋକପାତ କରି ସେ କହିଥିଲେ ଯେ “ କେଉଁଠି କେତେ ବଡ ଆକ୍ରମଣ ଘଟିଲା ସେଥି ନେଇ ପ୍ରତିକ୍ରିୟା ଭିନ୍ନ ହେବା ମଧ୍ୟ ଅନୁଚିତ । ପ୍ରତ୍ୟେକ ଆତଙ୍କ ବା ଆକ୍ରମଣ ସମଦୃଷ୍ଟିରେ ଓ ସମାନ ପଦକ୍ଷେପ ଅନୁଯାୟୀ ବିବେଚନା କରାଯିବା ଆବଶ୍ୟକ । ପୁଣି ବେଳେ ବେଳେ ଆତଙ୍କବାଦ ସପକ୍ଷରେ ପରୋକ୍ଷ ଯୁକ୍ତି ହୋଇ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ମତଭେଦ ଦେଖାଦେଇଥାଏ । ଏଭଳି ବୈଶ୍ୱିକ ବିପଦର ମୁକାବିଲା ନେଇ କୌଣସି ଦ୍ୱିବିଧାର ମଧ୍ୟ ସ୍ଥାନନାହିଁ ।

“ଆତଙ୍କବାଦରେ ଭଲ ଖରାପ କିଛି ନାହିଁ, ଏହା ମାନବତା, ସ୍ୱାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ । ଏହାର କୌଣସି ସୀମା ସରହଦ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ କେବଳ ପୋଷାକ, ଏକତା ଓ ଶୂନ୍ୟ ସହନଶୀଳତା କାର୍ଯ୍ୟାନୁଷ୍ଠାନ ଆତଙ୍କବାଦକୁ ପରାସ୍ତ କରିପାରିବ” ବୋଲି କହିଥିଲେ ।

ଜଣେ ଆତଙ୍କବାଦୀ ଓ ଆତଙ୍କବାଦ ମଧ୍ୟରେ ପାର୍ଥକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଆତଙ୍କବାଦୀକୁ ଅସ୍ତ୍ରଶସ୍ତ୍ର ବା ତତ୍କାଳ ରଣନୀତି ବଳରେ ନିପାତ କରିହେବ, ମାତ୍ର ସବୁ ରଣନୀତିକ ସଫଳତା ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ନ ଭାଙ୍ଗିଲେ ଅଚଳପ୍ରାୟ ହୋଇଯିବ । ଶ୍ରୀ ମୋଦୀ କହିଥିଲେ ଯେ “ ଜଣେ ଆତଙ୍କବାଦୀ ଜଣେ ବ୍ୟକ୍ତିବିଶେଷ ହୋଇଥିବାବେଳେ ଆତଙ୍କବାଦ କେତେକ ବ୍ୟକ୍ତିଙ୍କ ଏକ କାର୍ଯ୍ୟକ୍ରମ।” ଶ୍ରୀ ମୋଦି କହିଥିଲେ ଯେ ଆକ୍ରମଣ ହିଁ ପ୍ରତିରକ୍ଷାର ଶ୍ରେଷ୍ଠ ଉପାୟ ଓ ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ବୃହତ୍ । ପେଶାଗତ ଓ ସାମଗ୍ରୀକ ଜବାବ ଦରକାର । ଆମେ ଆତଙ୍କବାଦୀଙ୍କ ସମର୍ଥନ ବ୍ୟବସ୍ଥାକୁ ଧ୍ୱଂସ କରିବା ସହ ସେମାନଙ୍କ ଅର୍ଥପ୍ରାପ୍ତିର ରାସ୍ତା ଆମ ନାଗରିକଙ୍କ ନିରାପତ୍ତା ପାଇଁ ବନ୍ଦ କରିବା ଦରକାର ।

ଆତଙ୍କବାଦକୁ ରାଜନୈତିକ, ଆର୍ଥିକ ଓ ଆଦର୍ଶଗତ ସମର୍ଥନ ବନ୍ଦ କରିବା ପାଇଁ ରାଜ୍ୟଗୁଡିକର ସାହାଯ୍ୟ ସବୁଠାରୁ ମହତ୍ୱପୂର୍ଣ୍ଣ । କେତେକ ଦେଶ ସେମାନଙ୍କ ବୈଦେଶିକ ନୀତିର ଅଙ୍ଗଭାବେ ଆତଙ୍କବାଦକୁ ସମର୍ଥନ ଦେଇଥାନ୍ତି । ସେ ମଧ୍ୟ ଆନ୍ତର୍ଜାତିକ ସଂଗଠନଗୁଡିକୁ ଛାୟା ଯୁଦ୍ଧକୁ ନେଇ ସତର୍କ ରହିବାକୁ କହିଥିଲେ ।” ଯେଉଁ ଦେଶଗୁଡିକ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ସେମାନଙ୍କ ଉପରେ ଅର୍ଥଦଣ୍ଡ ବ୍ୟବସ୍ଥା ହେବା ଦରକାର । ବ୍ୟକ୍ତି ଓ ସଂଗଠନ ଯେଉଁମାନେ ଆତଙ୍କବାଦମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଏକଘରିଆ କରିବା ଆବଶ୍ୟକ । ଏଭଳି ବିଷୟର ମୁକାବିଲା ନେଇ କୌଣସି ଯଦିବା କିନ୍ତୁର ସ୍ଥାନ ନାହିଁ । ଆତଙ୍କବାଦକୁ ଦିଆଯାଉଥିବା ସମସ୍ତ ପ୍ରକାଶ୍ୟ ଓ ଛଦ୍ମ ସମର୍ଥନ ବିରୁଦ୍ଧରେ ସମଗ୍ର ବିଶ୍ୱ ଏକାଠି ହେବା ଦରକାର” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସଂଗଠିତ ଅପରାଧ ମଧ୍ୟ ଏକପ୍ରକାର ଆତଙ୍କ ଖର୍ଚ୍ଚର ଏକ ଉତ୍ସ ଓ ଅପରାଧିକ ସଂଗଠନ ଓ ଆତଙ୍କବାଦ ଗୋଷ୍ଠୀ ମଧ୍ୟରେ ନିବିଡ ସମ୍ପର୍କ ରହିଛି । ସଂଗଠିତ ଅପରାଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବେଳେ ବେଳେ ଆର୍ଥିକ ଅନିୟମିତତା ଓ ଆର୍ଥିକ ଅପରାଧ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ପାଣ୍ଠି ଯୋଗାଇବା । ଏହା ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ବୈଶ୍ୱିକ ସହଯୋଗ” ଆବଶ୍ୟକ ବୋଲି ସେ କହିଥିଲେ ।

ଜଟିଳ ବାତାବରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତିସଂଘ ସୁରକ୍ଷା ପରିଷଦ, ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ, ଆର୍ଥିକ ଗୁଇନ୍ଦା ବିଭାଗ ଓ ଏଗମଣ୍ଟ ଗ୍ରୁପ ବେଆଇନ ପାଣ୍ଠି ପ୍ରବାହର ଚିହ୍ନଟ, ନିରାକରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ମିଳିତ ଭାବେ ଉଦ୍ୟମ କରି ଆସୁଛନ୍ତି । ଗତ ଦୁଇ ଦଶନ୍ଧି ଧରି ଏହି ବ୍ୟବସ୍ଥା ଆତଙ୍କ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଛି । ଏଥିପାଇଁ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣର ବିପଦ ସମ୍ପର୍କରେ ମଧ୍ୟ ତଥ୍ୟ ଲୋକଲୋଚନକୁ ଆସିପାରୁଛି ବୋଲି ସେ କହିଥିଲେ ।

ପ୍ରଯୁକ୍ତି ବିଦ୍ୟାର ବିକାଶ ସହ ଆତଙ୍କବାଦର ଗତିପଥ ପରିବର୍ତ୍ତନ ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଏଥିରେ ଆତଙ୍କବାଦୀଙ୍କୁ ଭର୍ତ୍ତି କରିବା ପାଇଁ ନୂତନ ବୈଷୟିକ ଜ୍ଞାନର ଉପଯୋଗ ହେଉଛି । ଡାର୍କ ନେଟ, ଘରୋଇ ମୁଦ୍ରା ଭଳି ଆହ୍ୱାନଗୁଡିକ ସମ୍ମୁଖକୁ ଆସୁଛି । ତେଣୁ ନୂତନ ବୈଷୟିକ ଜ୍ଞାନ ଆଧାରିତ ପାଣ୍ଠି ଯୋଗାଣ ନେଇ ଏକ ପ୍ରକାର ବୁଝାମଣାର ଆବଶ୍ୟକତା ରହିଛି । ଏ ଦିଗରେ ଘରୋଇ କ୍ଷେତ୍ରରେ ଉପଯୋଗ ମଧ୍ୟ ଆବଶ୍ୟକ ।”

ବ୍ୟକ୍ତିଗତ ବା ଆଭାସୀ ସହଯୋଗ ଉପରେ ଗୁରୁତ୍ୱଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବର ଆତଙ୍କବାଦ ଓ ଅନଲାଇନ ଉଗ୍ରବାଦ ପାଇଁ ବ୍ୟବହୃତ ଭିତ୍ତିଭୂମିର ପରିବଣ୍ଟନ ହେଉଥିବାବେଳେ କେତେକ ଗୋଷ୍ଠୀ ଆତଙ୍କବାଦୀମାନଙ୍କୁ ଅଗମ୍ୟ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଓ ଅନ୍‌ଲାଇନ ସମ୍ବଳ ଜରିଆରେ ତାଲିମ ଦେଉଛନ୍ତି ।

“ଯୋଗାଯୋଗ, ଯାତ୍ରା, ରଣନୀତି ଭଳି ଅନେକ ସଂଯୋଗ ବ୍ୟକ୍ତି ବିଭିନ୍ନ ଦେଶରେ ରହିଛି ।” ନିଜ ଅକ୍ତିଆରେ ଥିବା ଏହି ସବୁ ବ୍ୟବସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଦେଶକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ସତର୍କ କରାଇ କହିଥିଲେ ଯେ ଆତଙ୍କବାଦୀମାନେ ବିଭିନ୍ନ ଦେଶର ଆଇନଗତ ନିୟମ, ପଦ୍ଧତି ଇତ୍ୟାଦିର ଦୂରୁପଯୋଗ କରିବାକୁ ଅନୁମତି ଦେବା ଅନୁଚିତ । ସରକାରୀ ବ୍ୟବସ୍ଥା ମଧ୍ୟରେ ଉତ୍ତମ ସହଯୋଗ ବଳରେ ଏହା ଦୂରୀକରଣ କରିହେବ । ମିଳିତ କାର୍ଯ୍ୟାନୁଷ୍ଠାନ, ଗୁଇନ୍ଦା ସହଯୋଗ ଓ ଦେଶାନ୍ତର ଇତ୍ୟାଦି ଆତଙ୍କ ବିରୁଦ୍ଧରେ ସଂଗ୍ରାମରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଆତଙ୍କବାଦ ଓ ଉଗ୍ରବାଦ ସମସ୍ୟାର ମିଳିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ‘ଉଗ୍ରବାଦକୁ ସମର୍ଥନ କରୁଥିବା କୌଣସି ବ୍ୟକ୍ତିର ଦେଶରେ ସ୍ଥାନ ନାହିଁ ବୋଲି ସେ କହିଥିଲେ ।

ନିକଟରେ ଭାରତ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଆନ୍ତର୍ଜାତିକ ସହଯୋଗ ନେଇ କରୁଥିବା ଉଦ୍ୟମ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ତାଙ୍କ ବ୍ୟକ୍ତବ୍ୟ ସମାପନ କରିଥିଲେ । ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆୟୋଜିତ ବିଭିନ୍ନ ସମ୍ମିଳନୀ ନେଇ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଇଣ୍ଟରପୋଲ ସାଧାରଣ ଅଧିବେଶନ, ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ କମିଟିର ମୁମ୍ବାଇ ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ । ଏହାଛଡା ସେ ମଧ୍ୟ ‘ନୋ ମନି ଫର ଟେରର” ସମ୍ମିଳନୀ ଜରିଆରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯାଉଥିବା ପ୍ରକାଶ କରିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ, ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭାଲ୍ଲା ଓ ଜାତୀୟ ତଦନ୍ତ ସଂସ୍ଥା ମହାନିର୍ଦ୍ଦେଶକ ଦିନକର ଗୁପ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି -୧୮, ୧୯ ନଭେମ୍ବର ଦୁଇଦିନ ଧରି ଆୟୋଜିତ ସମ୍ମିଳନୀରେ ବିଭିନ୍ନ ଅଂଶଗ୍ରହଣକାରୀ ଦେଶ ଓ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିଶେଷକରି ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ନିମନ୍ତେ ବର୍ତ୍ତମାନର ଆନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ ଓ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସମ୍ମିଳନୀରେ ଆଲୋଚନା ହେଉଛି । ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ ଏବଂ ୨୦୧୯ ନଭେମ୍ବରର ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀରେ ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ହୋଇଥିବା ଆଲୋଚନା ଆଗକୁ ବଢାଇବା ତଥା ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ନେଇ ବିଚାର ବିମର୍ଶ କରାଯିବ । ସମ୍ମିଳନୀରେ ବିଭିନ୍ନ ଦେଶର ମନ୍ତ୍ରୀ, ବହୁ ରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ସମେତ ବିଶ୍ୱରୁ ୪୫୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି ।

ସମ୍ମିଳନୀରେ ମୁଖ୍ୟତଃ ଚାରିଟି ଅଧିବେଶନ ରହିଛି । ସେଗୁଡିକ ମଧ୍ୟରେ ଆତଙ୍କବାଦ ଓ ଆତଙ୍କବାଦକୁ ପାଣ୍ଠି ଯୋଗାଣର ବୈଶ୍ୱିକ ସ୍ଥିତି, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତାର ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ପଦ୍ଧତିର ଉପଯୋଗ, ନୂତନ ବୈଷୟିକ ଜ୍ଞାନ ଓ ଆତଙ୍କବାଦକୁ ଆର୍ଥିକ ସହାୟତା ଓ ଏଥିପାଇଁ ପାଣ୍ଠି ଯୋଗାଣ ବନ୍ଦ କରିବା ସମସ୍ୟାର ମୁକାବିଲା ନେଇ ଆନ୍ତର୍ଜାତୀୟ ସହଯୋଗ ଅର୍ନ୍ତଭୁକ୍ତ ।

Leave A Reply

Your email address will not be published.