ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ

କୋଣାର୍କ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟରେ ପ୍ରାୟ ଏକର ଜଙ୍ଗଲରେ ନିଆଁ ଲାଗି କାଜୁ ଓ ଝାଉଁ ଗଛ ଜଳିଯାଇଥିବା ଜଣାପଡିଛି । ରାମଚଣ୍ଡୀ ବୋଟ୍ ଚାଳକଙ୍କ ଠାରୁ ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଏବେ ବଣଭୋଜି ସମୟ ହୋଇଥିବାରୁ ଲୋକମାନେ ଭୋଜି କରି ନିଆଁ ଲିଭାଉ ନାହାଁନ୍ତି । ଯାହା ଫଳରେ ଜଙ୍ଗଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.