oom

ଘୋରଡିଆରେ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ ଘୋରଡିଆ(ସାଉରିଆ) ଗ୍ରାମର ମହାବୀରଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦ମ ବାର୍ଷିକ କାର୍ତ୍ତିକେଶ୍ୱର ପୂଜା ଉତ୍ସବ ମହାସମାରୋହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜଳଯାତ୍ରା, କଳସ ସ୍ଥାପନ, ସୂର୍ଯ୍ୟ ପୂଜା, ଯଜ୍ଞକର୍ମାଙ୍ଗ ପୂଜା, ଅଗ୍ନି ସ୍ଥାପନ ସାହ ପୂଜା ମଣ୍ଡପରେ ସୁସଜ୍ଜିତ ମେଢରେ କାର୍ତ୍ତିକେଶ୍ୱରଙ୍କ ବିରାଟ ମୃଣ୍ମୟୀ ମୂର୍ତ୍ତି ସହ ପାଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ସ୍ଥାପନ ସାଙ୍ଗକୁ ବର୍ଣ୍ଣାଢ୍ୟ ସୁଉଚ୍ଚ କୋଟିର ତୋରଣ ଓ ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକ ସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଛି । ପ୍ରତ୍ୟହ ପୂଜାପାଠ, ମନ୍ତ୍ର ଧ୍ୱନୀରେ ସମଗ୍ର ଅଚଂଳ ପ୍ରକମ୍ପିତ ହେଉଥିବା ବେଳେ ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ସନ୍ଧ୍ୟାରେ ଘୋଡାନାଚ, ଭଜନ ସନ୍ଧ୍ୟା, ଦାସକାଠିଆ ଅନୁଷ୍ଠିତ ହେବ । କାର୍ତ୍ତିକମାସ ହେତୁ ସକାଳେ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଆଳୀଙ୍କ ଭିଡ ସମଗ୍ର ଅଂଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବୁଧବାର ମୂର୍ତ୍ତି ବିସର୍ଜନ ଓ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ।

jittmm
Leave A Reply

Your email address will not be published.