csstore

ୟୁରୋ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ଆନୁକୂଲ୍ୟରେ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ ସାମାରୋହରେ ପାଳିତ ହୋଇଯାଇଛି । କ୍ରୀଡା ଶିକ୍ଷକ ତଥା କୋଚ୍ ସନ୍ତୋଷ କୁମାର ଗୌଡଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜାତୀୟ କ୍ରୀଡା ଦିବସ ସାମାରୋହରେ ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ କ୍ରୀଡା ଦିବସ ସମ୍ପର୍କର ତାତ୍ପର୍ଯ୍ୟ ବୁଝାଇବା ସହ ମେଜର ଧ୍ୟାନଚାନ୍ଦଙ୍କ ଜୀବନ ଆଦର୍ଶତା ଉପରେ ଆଲୋକପାତ କରି ତାଙ୍କର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସମସ୍ତ ଛାତ୍ରଛାତ୍ରୀମାନେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.