ପ୍ରାଦେଶିକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୂଲ୍ୟରେ ସମ୍ପାଦକ ହରେକୃଷ୍ଣ ରଥ ଏବଂ ସହ ସମ୍ପାଦକ ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାଦେଶିକ ସ୍ତରୀୟ ଶିକ୍ଷକ ସମ୍ମିଳନୀ ବଲାଙ୍ଗିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୋଭିଡ ୧୯ ପରେ ବିପର୍ଯ୍ୟସ୍ତ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ୱନ୍ଧରେ ଆଲୋଚନା ହୋଇଥିଲା । ଏଥିରେ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଭାନେତ୍ରୀ ରଚନା ସିଂ, ସମ୍ପାଦକ ପ୍ରଶାନ୍ତ ନାଥ, ପୂର୍ବତନ ସଭାନେତ୍ରୀ ସ୍ୱର୍ଣ୍ଣ କାନ୍ତି ସାହୁ, ପୂର୍ବତନ ସମ୍ପାଦିକା ଜୟନ୍ତୀ ପଣ୍ଡା, ସତ୍ୟଭାମା ସାହୁଙ୍କୁ ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା ।ବରଗଡ଼ ଜିଲ୍ଲାରୁ ଆସିଥିବା ରାଜ୍ୟ ସହ ସମ୍ପାଦକ ତେଜରାଜ ହୋତା ଓସାଥୀ, ତଥା କଣ୍ଟାମାଲ ସଭାପତି ନୀଳାଚଳ ଭୋଇ ଓ ଶିଶିର ଖଟୁଆଙ୍କୁ ସମ୍ମାନିତ କରାଗଲା । ସଭାରେ ବଲାଙ୍ଗିର ସଭାପତି ଶାନ୍ତିଲତା ସାହୁ, ଅଲ ଇଣ୍ଡିଆରୁ ଆସିଥିବା ଦସ୍ତଖତ ଅଭିଯାନର ସଫଳ ପାଇଁ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ । ଶିକ୍ଷକ ମାନଙ୍କର ଘରଭଡା, ରନ୍ଧନ ମୂଲ୍ୟ ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଥିଲେ । ଆଚାର୍ୟ୍ୟ ସୁଚିତ୍ର ସୁନା ଓ ଇନ୍ଦୁ ଭୂଷଣ ଡାଙ୍ଗ ଶିକ୍ଷାର ବିକାଶ ସାଂଗେ ଶିକ୍ଷାର ବିକାଶକୁ ଧ୍ୟାନ ଦେବାକୁ କହିଥିଲେ । ପ୍ରଜିନ ପାଢ଼ୀ ଉପସ୍ଥିତ ସଭାସଦଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ବଲାଙ୍ଗିର ସଂଘରୁ କୁମୁଦିନି ମେହେର, ଗୌରୀ ରାଉତ, ଉପେନ୍ଦ୍ର ମେହେର, ଜୟଦେବ ବିଶି, ରସୁଲ ଖାଁ, ବସନ୍ତ ବୁଡେକ, ତୁଷାର କର୍ମୀ, ସତ୍ୟନାରାୟଣ ସାହୁ, ସୂର୍ୟ୍ୟ ନାରାୟଣ ସାହୁ, ମଧୁ ନାୟକ, ଡମ୍ବରୁଧର ପାଣିଗ୍ରାହୀ, ଅନୀଲ ରଣା, ବୀଣାପାଣି ବୁଡେକ, ବିପିନ ବୁଡେକ, ପ୍ରକାଶ ପଣ୍ଡା, ରଘୁନାଥ ଷଡ଼ଙ୍ଗୀ, ଭୀମସେନ ଦଣ୍ଡସେନା ଆଦି ପ୍ରମୁଖ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ । ମଧୁ ସୂଦନ ନାୟକ, ଡମ୍ବରୁ ଧର ପାଣିଗ୍ରାହୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.