କବିତା ଟେ ପଢ଼୍ବାର୍ ଲାଗି କି କବିତା କିଛି ମନ୍ ଦେଇକରି ଶୁନ୍ବାର୍ ଲାଗି କବିତା ଆସର୍ କେ କବି ଜନେ ଲମିଯିବାର୍ଟା ସ୍ୱଭାବିକ୍ କଥା ଆଏ । ମାତର୍କ’ ଏଭେ କିଛି କିଛି କବିତା ଆସର୍ ଥି ଯେନ୍ ହାଟ୍ ବଜାର୍ ବସୁଛେ, ସେଟା ଦେଖିକରି ଡର୍ ଲାଗି ବସ୍ଲାନ’ । ଯେନ୍ ହୁଆହୁଟା ଯେ’ କବିତା ଶୁନ୍ବାର୍ କଥାଟା ପୁରା ଫେଲ୍ । ସେଥି ଫେର୍ କବି ଜନେ ମନ୍ ବୁଝାବାର୍କେ କବିତା ଟେ ପଢ଼୍ବା ସିନା, ହେଲେ ତାର୍ କବିତା କିହେ ନେଇଁ ଶୁନି ବଲି ବି ସେ ସେନର୍ଟା ସେନେ ଜାନି ପାର୍ବା । ବଡ଼ା ମୁସ୍କିଲ୍ ସମିଆଁ ଆଏଲାନ’ । ଯେ’ ଯାହାର୍ ହାତେ ଚାଏର୍ ହାତ୍ କାଁଡେ଼ । ଇ’ କଥାଟା ଠିକ୍ ଆଏ । କିଏ ମନା କରୁଛେ କାହାକେ । ହେଲେ ଯେନ୍ ମାନେ କାହାରିର୍ କବିତା ଶୁନ୍ବାର୍କେ ମନ୍ ନେଇଁ କରନ୍, ସେମାନ୍କର୍ ଲାଗି ଉଷୋ କାଣା ଅଛେ! ସେଥିଫେର୍ ତାକର୍ କବିତା କେନ୍ତା ଲାଗ୍ଲା, ସମ୍କୁ ପଚ୍ରେଇ ବୁଲ୍ବେ ସେମାନେ । କବିତା ପରବ୍ ହାଟ୍ ବଜାର୍ ନେଇଁସେ । ଗୁଟେ ଭାବର୍ କଥା, ଭାବ୍ ଦିଆନିଆଁର କଥା, ହୁରୁଦ୍ ଭିତ୍ରୁ ଖଲ୍ ଖଲ୍ ଉତ୍ରି ଆଏଲା ଅବ୍ଗା କଥା କିଛି କହୁଥିସି କବି । ଇ’ଟା କେ କାହାର୍ ନିଘା ନେଇଁ । କେନ୍ତା କରି ତାକର୍ କବିତା ଭଡେ଼ା ଭଡେ଼ା ପଢ଼ିଦେବେ, ଆର୍ ସାର୍ଟିଫିକେଟ୍ ଟେ ପାଇଯିବେ, ସେଥିର୍ ବିଚାର୍ ଥି ସଭେ । କାବା ହେଇଯିବ ହୋ…. । । (କେପିଏନ୍ଏସ୍)
Next Post