Daily Archives

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ବିଶ୍ଵ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା କୃଷି ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ମୃତ୍ତିକା ପରୀକ୍ଷା
Read More...

ବଲାଙ୍ଗିର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନ। ଦେବାସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
Read More...

ସଡ଼କ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ରବି ଦାସଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସଡ଼କ ଦୁର୍ଘଟଣାରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ସାଉରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ଦାଶଙ୍କ ଅକାଳ ବିୟୋଗ ଘଟିଛି । ଗତ ନଭେମ୍ବର ମାସ ୩୦ ତାରିଖ ରାତିରେ ପିପିଲିଠାରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର
Read More...

ଜାନୁୟାରୀ ୩ରୁ ୫ ନାଗପୁରରେ ହିନ୍ଦ୍‌ ମଜଦୁର ସଭାର ୩୪ତମ ରାଷ୍ଟ୍ରୀୟ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ଜୟପ୍ରକାଶ ନାରାୟଣ ଓ ଅଶୋକ ମେହେଟ୍ଟାଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହିନ୍ଦ୍‌ ମଜଦୁର ସଭା ତାର ୩୪ତମ ରାଷ୍ଟ୍ରୀୟ ଅଧିବେଶନ ମହାରାଷ୍ଟ୍ରର ନାଗପୁରଠାରେ ଆସନ୍ତା ଜାନୁୟାରୀ ୩, ୪ ଓ ୫ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ
Read More...

ଭାଲୁମୁଣ୍ଡାରେ ୪୨ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ ଥିବା ରାଇଜିଙ୍ଗ ଷ୍ଟାର ୟଙ୍ଗମାସ କ୍ଲବ ପକ୍ଷରୁ ୪୨ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବାଦେବୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା
Read More...

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

କଣ୍ଟାବାଞ୍ଜି : ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଜିଲ୍ଲା ସଂଘର୍ଷ ସମିତି । ତେବେ ଏହି ବନ୍ଦ ପ୍ରଭାବରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ, କଲେଜ ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।
Read More...

ମଦ ପିଇବାକୁ ଟଙ୍କା ମାଗିବାରୁ ସ୍ୱାମୀକୁ ହାଣିଦେଲେ ସ୍ତ୍ରୀ

ଭଞ୍ଜନଗର : ସାମାନ୍ୟ ଟଙ୍କା ପାଇଁ ଧାରୁଆ ଅସ୍ତ୍ରରେ ସ୍ୱାମୀକୁ ହାଣିଲେ ସ୍ତ୍ରୀ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମୁଣ୍ଡା ଗ୍ରାମରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତ ସ୍ୱାମୀ ହେଲେ ଛାମୁଣ୍ଡା ଗାଁ ବାରିସାହିର କପିଳା ବେହେରା । ସୂଚନା ଅନୁସାରେ, ସ୍ୱାମୀ ସ୍ତ୍ରୀ ଦୁହେଁ
Read More...

ବୌଦ୍ଧ ଜିଲ୍ଲାରେ ପୁଣି ମାଓ ପୋଷ୍ଟର୍‌

ବୌଦ୍ଧ : ମଙ୍ଗଳବାର ସକାଳେ ମନମୁଣ୍ଡା ଥାନା ତିଲପଙ୍ଗା ଗାଁ ନଳକୂଅରେ ପୁଣି ମାଓ ପୋଷ୍ଟର୍‌ ଲାଗିଥିବା ଦେଖା ଯାଇଛି । ପୋଷ୍ଟର୍‌ରେ ଗଞ୍ଜେଇ ଚାଷକୁ ବିରୋଧ କରାଯାଇଛି । ବୌଦ୍ଧ ଓ କନ୍ଧମାଳରେ ଗଞ୍ଜେଇ ଚାଷ କଲେ କିମ୍ବା ପ୍ରୋତ୍ସାହନ ଦେଲେ କଡ଼ା ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି ।
Read More...

୫୭ ବର୍ଷ ବୟସରେ ଆଖି ବୁଜିଲେ ସିଆଇଡି ଧାରାବାହିକର ଅଭିନେତା ‘ଫ୍ରେଡରିକ୍ସ’

ମୁମ୍ବାଇ : ସୋନି ଟିଭିର ଲୋକପ୍ରିୟ କ୍ରାଇମ୍‌ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ୧୨.୮ଟାରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ମଲ୍ଟି
Read More...

ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ମିଗଜୋମ୍‌’ : ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ପାଖରେ ବାତ୍ୟା ମିଗଜୋମ୍ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ୱିଣ୍ଡି ଅନୁଯାୟୀ ସକାଳେ ନେଲୋର ଓ ମଛଲିପଟନମ୍ ମଧ୍ୟରେ ବାପାଟଲା ଉପକୂଳରେ ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଛୁଇଁଛି । ସେହିପରି ଭାରତୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ଏହା ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ
Read More...