ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଦଳ ୧୦ ୱିକେଟରେ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଆଜି ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଓ ନାଏକ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପ୍ରଥମେ ବ୍ୟାଟିଂ କରି ୩୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୯୫ ରନ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ଆଶିଷ ଭୋଇ ୩୪ ରନ, ସୁଭମ କୁମାର ୧୫ ଚରଞ୍ଜିତ ସାହାଣୀ ୧୨ ରନ୍ ସଂଗ୍ରହ କରିଥିଲେ । ନାଏକ କ୍ରିକେଟ ଦଳ ତରଫରୁ ସୁବାଶିଷ ମିରଧା ସର୍ବାଧିକ ୫ ଗୋଟି ୱିକେଟ, ଅଂଶୁମାନ ମିଶ୍ର ୨ ଗୋଟି ଓ ସତ୍ୟଜିତ ସିଂଦେଓ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୯୬ ରନର ଲକ୍ଷ୍ୟକୁ ନାଏକ କ୍ରିକେଟ ଦଳ ବିନା ୱିକେଟ ବିନିମୟରେ ମାତ୍ର ୧୦.୩ ଓଭରରେ ହାସଲ କରି ଅପର ପକ୍ଷକୁ ୧୦ ୱିକେଟରେ ପରାଜିତ କରିଥିଲା । ନାଏକ କ୍ରିକେଟ ଦଳ ତରଫରୁ ରାହୁଲ ସାହୁ ଦ୍ରୁତ ୫୨ ରନ ଓ କିଷାନ ନାୟକ ୨୪ ରନ କରିବା ସହିତ ଆବଶ୍ୟକୀୟ ଲକ୍ଷ ପୁରଣ କରି ନେଇ ଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ‌ସ୍ୱାଇଁ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ଜଗତ ପ୍ରସାଦ ନାୟକ ସ୍କୋରର ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.