ପ୍ରାର୍ଥନା : ସ୍ଥିତପ୍ରଜ୍ଞତା, ନିଷ୍ଠା ଓ ସମର୍ପଣ ଭାବକୁ ବଳିଷ୍ଠ କରାଏ

ସୁଶ୍ରୀ ସ୍ନେହଲତା

ପ୍ରାର୍ଥନା ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମନସ୍ତତ୍ତ୍ୱବିଦ୍‌ ମାନେ ମତ ଦିଅନ୍ତି । ତେବେ ଯେଉଁ ମାନବ ମଧ୍ୟରେ ସାତ୍ତ୍ୱିକ ପ୍ରାର୍ଥନାର ଭାବ ମହଜୁଦ୍‌ ଥାଏ, ସେ ଜଣେ ଉତ୍ତମ ମାନବ ଭାବେ ନିଜକୁ ଗଢ଼ି ତୋଳିବାରେ ସଫଳ ପୁରୁଷ ଭାବେ ବିବେଚିତ ହୋଇଥାଏ ବୋଲି ବିଜ୍ଞଜନମାନେ କୁହନ୍ତି । ପ୍ରାର୍ଥନା ଦ୍ୱାରା କ’ଣ ସବୁ ବିଶେଷ ଲାଭ ମିଳେ, ସେ ସଂପର୍କରେ ଜାଣିବା ଆସନ୍ତୁ ।

  • ମାନବ ମଧ୍ୟରେ ରହିଥିବା ମୁଁ’କାରକୁ ମୂଳୋତ୍ପାଟନ କରିବାରେ ପ୍ରାର୍ଥନା ସହଯୋଗ କରେ । ପ୍ରତ୍ୟହ ସାତ୍ୱିକ ପ୍ରାର୍ଥନା କରିବା ଦ୍ୱାରା ମଣିଷ ମଧ୍ୟରେ ରହିଥିବା ମିଛ ଅହଂ ସ୍ୱତଃ ଉଭେଇଯାଏ ।
  • ପ୍ରାର୍ଥନା ଦ୍ୱାରା ମାନବ ହୃଦୟରେ ଶୁଦ୍ଧ ଆଚରଣ ଜନ୍ମ ନିଏ । ଆଚରଣରେ ଶୁଦ୍ଧତା ହେତୁ ଜଣେ ମଣିଷ ଅନ୍ୟମାନଙ୍କରେ ପ୍ରିୟ ହୋଇପାରିଥାଏ । ସମସ୍ତଙ୍କୁ ଆପଣେଇ ନେବା ପାଇଁ ବିଶେଷ ଉତ୍ସାହ ପ୍ରଦାନ କରିଥାଏ ପ୍ରାର୍ଥନା ।
  • ପ୍ରାର୍ଥନା ଯୋଗୁଁ ସ୍ଥିତପ୍ରଜ୍ଞତା ଦୃଢ଼ ହୁଏ । ମଣିଷ ଭିତରେ ନିଷ୍ଠା ବଳିଷ୍ଠ ଭାବେ ଉଭା ହୁଏ ।
  • ଜଗତ୍‌ ସ୍ରଷ୍ଟାଙ୍କ ପ୍ରତି ସମର୍ପିତ ରହିବା ଏକ ବିଶେଷ ମାନବୀୟ ଗୁଣ ବୋଲି କୁହାଯାଇଥାଏ । ପ୍ରାର୍ଥନା ଯୋଗୁଁ ଏହି ଦିଗ ମଣିଷ ଭିତରେ ଉଜ୍ଜୀବିତ ହୋଇ ରହିପାରେ ।
  • ମାନସିକତ ଶାନ୍ତି ଓ ସୁସ୍ଥତା ପ୍ରଦାନ କରିଥାଏ ପ୍ରାର୍ଥନା । ପ୍ରାର୍ଥନା ଫଳରେ ମନରେ ଭରି ରହିଥିବା ଅନ୍ତର୍ନିହିତ କଷ୍ଟ ଲାଘବ ହୋଇଥାଏ ।
  • ସବୁଠାର ବଡ଼ କଥା ହେଲା, ପ୍ରାର୍ଥନା ଯୋଗୁଁ ଆଚରଣ ପ୍ରଦର୍ଶନରେ ସଂଯମତା ଆସେ । ଅନ୍ୟ ପାଇଁ ଦୟା, କ୍ଷମା ଉଦ୍ରେକ ହୁଏ । ଅନ୍ୟକୁ ଭଲ ପାଇବାର ଦିଗ ନିଜ ଭିତରେ ଉନ୍ମୁକ୍ତ ହୋଇଥିବା ଦେଖିପାରେ ଜଣେ ପ୍ରାର୍ଥନାପ୍ରେମୀ ମଣିଷ ।
Leave A Reply

Your email address will not be published.