ବଡ଼ା ଦିନୁଁ ଭେଟ୍ ପଡ଼ିଛନ୍ ଦୁଇ ଦୋସ୍ତ । କଲେଜ୍ ଥି ପାଠ୍ ପଢ଼୍ଲା ବେଲ୍କେ ଦୁହେଁ ଗୁଟେ କଲେଜ୍ ନେ, ଗୁଟେ ଇଅର୍, ଗୁଟେ ସେକ୍ସନ୍ ଥି ପାଠ୍ ପଢ଼ିଛନ୍ । କଲେଜ୍ ପଢ଼୍ଲା ବେଲେ ଦୁହେଁ ଜୀବନ୍ ଦିଆଦୁଇ ସାଙ୍ଗ୍ ବଲି ସଭେ ଜାନିଥିଲେ । ଏନ୍ତାକି ଇ’ ଦୁହି ଜନ୍ କେ କଲେଜ୍ ଥି ‘ରାମ ବଳରାମ୍ ଯୁଡ଼ି’ ବଲି ସଭେ କହୁଥିଲେ । ମାତର୍କ’ କଲେଜ୍ ସର୍ଲା ଉତ୍ରୁ ଯେ’ ଯାହାର ଚାକିରି କରି ପଲାଲେ । ସେକ୍ରେଟେରିଆଟ୍ ଥି ଚାକିରି ପାଇକରି ମଦନ ଭୁବନେଶ୍ୱର ପଲାଲା ଆର୍ ମକାରୁ ଆର୍ଡ଼ିସି କ୍ଲାର୍କ ଚାକରି କଲା ନିଜର୍ ଜନମ୍ ମାଏଟ୍ ଜିଲ୍ଲା ଥି । ଦୁହେଁ ଦୁହିଁକର୍ ବିହା ବେଲ୍କେ ଯୋଗ୍ ଦେଇଥିଲେ ବି ତାର୍ ଉତାରୁ ଆର୍ ଭେଟ୍ଘାଟ୍ ନେଇଁପଡ଼ି । କାହିଁ କେତେ ବଛର୍ ହେଇଗଲାନ’ । ଏଭେ ତାକର୍ ଛୁଆମନେ ବିହାଚୁରା ହେବାର୍ ବଏସ୍ କେ ପୁହୁଁଚିଲେନ’ । ହେଲେ ବି ତାକର୍ ଦୋସ୍ତି ଫିକା ନେଇଁ ପଡ଼ି । ସବୁବେଲେ ମୋବାଇଲ୍ ଥି କଥାବାର୍ତ୍ତା ସାଙ୍ଗେ ଚାଟିଂରେ ଭାବ ଦିଆନିଆ ଚାଲିଥିସି ସେମାନ୍କର୍ ।
ମଦନ ଭୁବନେଶ୍ୱର ନୁଁ ଆସି କରି ଆଜି ସକାଲେ ପୁହୁଁଚିଛେ ଅଫିସ୍ କାମ୍ ଥି ବଲାଙ୍ଗିର୍ ଟାଉନ୍ ଥି । ମକାରୁ ତାହାକେ ଆନି ଯାଇଥିଲା ବସ୍ ଟେସନ୍ କେ । ବସ୍ ଟେସନ୍ ଥି ଭେଟ୍ ପଡ଼ିଗଲେ ଯେନ୍ତା ଦୁହେଁ ବଢେ଼ ଘାଏ ଭିଡ଼ାଭିଡ଼ି ହେଇ ପକାଲେ । ପାଖର୍ ଚାହା ଦୁକାନେ ଦୁହେଁ ବସି କରି ଆଘୋ ଚାହା ଟିକେ ଟିକେ ପିଇଲେ । କଥାବାର୍ତ୍ତା ହେଲା ଭିତ୍ରେ ମଦନ ପଚ୍ରାଲା – ତୋର୍ ମାଁବୁଆ କେନ୍ତା ଅଛନ୍ ବୋ’? ମୋର୍ ମାଁବୁଆ କେ ଏଭେ ତ’ ଲକ୍ଷେ ଲକ୍ଷେ ଟଙ୍କା ଡିପୋଜିଟ୍ କରି ଗୁଟେ ବୃଦ୍ଧାଶ୍ରମରେ ରଖି ଦେଇଛେଁ । ତାହାକୁ ସମ୍ଭାଲିବାର୍ଟା ବଡ଼ା ମୁସ୍କିଲ୍ ହେଇ ପଡ଼ୁଥିଲା । ଏଭେ ଟିକେ ଉସ୍ତାର୍ ହେଇଛେଁ । ତୋର୍ ମାଁବୁଆ….ତୋର୍ ଠାନେ ଅଛନ୍ କି କେନ୍ ବୁହେନ୍ ଘରେ?
ମକାରୁ ହଁସଲା ଟିକେ ଆର୍ ବଏଲା – ଏଭ୍ତକ୍ ମୁଇଁ ମୋର୍ ମାଁବୁଆର୍ ପାଖେ ଅଛେଁ ବୋ’…. ହେ’ ସରଗ୍ ସୁଖ୍ ଟିକାକ ମତେ ଦେଇଛେ ମାହାପୁରୁ ।
- ଆନଂଦ ଚଂଦ୍ର ସାହୁ