ବଡ଼ା ମୁସ୍କିଲ୍ କଥା । ଇ’ ଯୁଆନ୍ ବଏସେ ମୁଡ଼ର୍ ବାଲ୍ ମୁଡ଼ା ମୁଡ଼ା କରି ଉଲି ହେଇଯଉଛେ । କୁରି ହେଲା ବେଲ୍କେ ଝଡ଼ୁଥିବାର୍ ବାଲ୍ କେ ଦେଖିକରି ମୁହୁଁକେ ଆମିଲ୍ ଆମିଲ୍ କରି ପକଉଛେ ମନ୍ଟୁ । କୁଡେ଼ ବଛର୍ ନେଇଁ ପୁର୍ବାର୍ ତାଏଲ୍ । ଆର୍ ମାସ୍ ଚାରେ ଗଲା ଉତ୍ରୁ ଯାଏ କୁଡେ଼ ପୁର୍ବା । କଲେଜ୍ ଥି ପାଠ୍ ପଢ଼ୁଛେ । ମାତର୍କ’ ଏଭ୍ନୁ ମୁଡ଼ର୍ ବାଲ୍ ଝଡ଼୍ବାର୍ଟା ସହି ନେଇଁ ପାରୁଥାଇ ମନ୍ଟୁ । ଯାହା ବି ହଉ, ଡାକ୍ତର୍ କେ ଘାଏ ଦେଖାବାର୍ କେ’ ପଡ଼୍ବା । ନେଇଁହେଲେ ତ’ ବିହାଚୁରା ହେଲା ବେଲ୍କେ ବୁପ୍ରା ଠ’ ନାଡ଼ୁ ହେଇଯାଇଥିବା ।
ରଏବାର୍ ଦିନ୍ ଗୁଟାକେ ବାହାରିଲା ମନ୍ଟୁ ଡାକ୍ତର୍ ଠାନ୍କେ । ବଡ଼ା ନାଁକରା ସ୍କିନ୍ ସ୍ପେସିଆଲିଷ୍ଟ୍ ସର୍କାରୀ ଡାକ୍ତର । ନିଜର୍ ଡ୍ୟୁଟି ସାର୍ଲା ଉତ୍ରୁ ଗୁଟେ ପ୍ରାଇଭେଟ୍ କ୍ଲିନିକ୍ ନେ ସବୁଦିନେ ଘଂଟା ଦୁଏ ବେମାରୀ ଦେଖ୍ସନ୍ । ମନ୍ଟୁ ଡାକ୍ତର ଆଜ୍ଞାର୍ ପ୍ରାଇଭେଟ୍ କ୍ଲିନିକ୍ ନେ ପୁହୁଁଚିଲା । ଶହେ ଟଙ୍କା ଦେଇ କରି ଟିକଟ୍ କଲା ଆର୍ ଦୁଇ ଚାଏର୍ ଝନ୍ ଉତ୍ରୁ ତାର୍ ନମର୍ ଆସ୍ଲା ଯେନ୍ତା ଡାକ୍ତର ଆଜ୍ଞା କେ ଭେଟ୍ଲା ।
ଡାକ୍ତର ଆଜ୍ଞା ପଚ୍ରାଲେ – କହ ବାବୁ, ତମର୍ କାଁଣା ହେଇଛେ ?
ମନ୍ଟୁ ଗୁଲ୍ଗୁଲା ହେଇ କହେଲା – ମୁଡ଼ର୍ ବାଲ୍ ଝଡ଼ୁଛେ ଆଜ୍ଞା । ମୁଠା ମୁଠା ବାଲ୍ ଉଲି ହେଇଯଉଛେ । ବନେ ଉଷୋ କଷା ଟିକେ ଦେଲେ ବଏଲେ…..
ଡାକ୍ତର ଆଜ୍ଞା ମନ୍ଟୁର୍ ମୁହୁଁ କେ ଭେକ୍ କରି ଟିକେ ଦେଖ୍ଲେ ଆର୍ ମୁଡେ଼ ପିନ୍ଧିଥିବାର ଟୁପି କେ ହିଟେଇ ଦେଇକରି ବଏଲେ- ଏ ବା’, ମୋର୍ ମୁଡ଼୍କେ ଟିକେ ଦେଖ’ ! ଉଷୋ କର୍ମି ବଏଲେ ବି ବାଲ୍ ଗୁଟେ ମୋର୍ ମୁଡେ଼ ନେଇଁନ’ । ଠ’ ନାଡ଼ୁ । ଇ’ଟା ଫେର୍ ଏଭର୍ କଥା ନେଇଁସେ । ମୁଇଁ ମେଡ଼ିକାଲ୍ କଲେଜ୍ ଥି ପଢ଼୍ଲା ବେଲେ ଅଧା ନାଡ଼ୁ ହେଇ ସାରିଥିଲିନ’ । ଇତାର୍ ଉଷୋ ଜାନିଥିଲେ ମୁଇଁ ଆର୍ ତୁମ୍ ପଡ଼ିଥିତିଁ ? କେନେ କେନେ ଏଭେ ମୁଡେ଼ ବାଲ୍ ଅଁକ୍ରଉଛନ୍, ଜଗଉଛନ୍ । ପାର୍ବ’ ବଏଲେ ହେନ୍କେ ଯ’ । ଇତାର୍ ଉଷୋକଷା ମୋର୍ ନେ ନେଇଁନ’ ।
ଖୁସୁର୍ ମୁସୁର୍ ହେଇ ମନ୍ଟୁ ମୁଡ୍ ସୁଆଁଲି ସୁଆଁଲି ପଲେଇ ଆଏଲା ।
- ଆନଂଦ ଚଂଦ୍ର ସାହୁ