ବ୍ଲଡ଼୍ ପ୍ରେସର୍ ବଢ଼ିଗଲା । ୨୦୦/୧୨୦ । ଯେତେ ଉଷୋ ଖାଏଲେ ବି ଘୁଚ୍ଲା ନେଇଁ । ଟିକେ ରଚେ ଘୁଚ୍ଲେ ବି ନର୍ମାଲ୍ ନେଇଁ ହେଲା । ମହା ମୁସ୍କିଲ୍ ଅବସ୍ଥା । ନର୍ମାଲ୍ ନେଇଁ ହେଲେ ତ’ କଥା ସର୍ଲା । କିଛି ବି ଘଟିପାରେ । ସମିଆଁ ଥଉ ଥଉ କିଛି ଗୁଟେ ପଦକ୍ଷେପ୍ ନେବାର୍ କେ ହିଁ ପଡ଼୍ବା ।
ଆର୍ କିଛି ନେଇଁ ଭାବି କରି ଭଗବାନ ବାବୁ ପାଖେ ନୁଆଁ କରି ଖୁଲିଥିବାର୍ ଗୁଟେ ନର୍ସିଂହୋମ୍ ନେ ଏଡ଼୍ମିଟ୍ ହେଇଗଲେ । ଉଷୋ, ଇନ୍ଜେକ୍ସନ, ସେଲାଇନ୍ ରେହେଁପେଚେ ଲାଗ୍ଲା ଉତ୍ରୁ ୭୨ ଘଣ୍ଟା ଥି ନର୍ମାଲ୍ ହେଲା ବ୍ଲଡ଼୍ ପ୍ରେସର୍ । ଉସାସ୍ ହେଲେ ଭଗବାନ ବାବୁ । ଯାହା ବି ହଉ ନର୍ମାଲ୍ କେ ଆସ୍ଲା । ଡାକ୍ତର ଆଜ୍ଞା ଆସ୍ଲେ ଉଷୋକଷା ଲେଖେଇ କରି ଘର୍କେ ଗଲେ ବି ଏଛିନ୍ ଚଲ୍ବା । ଠିକ୍ ଟାଇମ୍ ଥି ଉଷୋକଷା ଖାଏବା କେ ପଡ଼୍ବା । ଖାନାପିନା ବି ପଥି ଅନୁସାରେ କଲେ ଯାଏ ଚଲେ । ପାଁଚ୍ ଲୁକାଆ ଲୋକ୍ ଭଗବାନ ବାବୁ । ବଏସ୍ ପଚାଶ ଡେଗ୍ଲା ଉତ୍ରୁ ବି ତାକର୍ ଯୁଆନ୍ ଚଲନ୍ ନେଇଁ ଯିବାର୍ ତାଏଲ୍ । ସାଙ୍ଗ୍ମାନ୍କର୍ ସାଙ୍ଗେ କେଭେ କେନ୍ତା ପାର୍ଟି କର୍ବାର୍, ଟିକେ ଡେଲିସିଅସ୍ ଖାଏଦ୍ ଖାଏବାର୍ ବଏସରା ଏଭେ ବି ଅଛେ । ହେଟା ତାହାକୁଁ କେତେବେଲେ କେନ୍ତା ଅସୁବିଧା ଥି ପକେଇ ଦେସି । ବଛର୍ ଦଶେ ହେଲାନ’ ବ୍ଲଡ଼୍ ପ୍ରେସର୍ ବାହାରିଛେ ତାକର ଦିହେଁ । ଯେତେବେଲେ ତୁରେକେଲା କେ ତାକର୍ ବଦ୍ଲି ହେଇଗଲା, ଅଫିସ୍ ଟେନ୍ସନ୍ ବି ବନେ ଟିକେ ବଢ଼ିଗଲା, ଡେଲି ବସ୍ ଥି ଯିବାର୍ ଆସ୍ବାର୍ ଲାଗି ରହେଲା… ହେତ୍କି ବେଲ୍କେ ତାକର୍ ବ୍ଲଡ଼୍ ପ୍ରେସର୍ ବାହାରିଥିଲା । ପହେଲା ପହେଲା ଜାନି ନେଇଁ ପାର୍ଲେ । ମୁଡ଼୍ ଫାଏଁ ଫାଏଁ କରେ, ଟୁଁଡ଼୍ ଶୁଖିଗଲା ମେତାନ୍ ଲାଗେ, ଟିକେ ଟିକେ କଥା ଥି ବି ଚିଡ଼୍ଚିଡ଼ା ଲାଗେ ବଏଲେ ସେ ସମ୍ଭାଲି ନେଇଯା’ନ୍ । ଦିନେ ଯହ କେନ୍ତା କେନ୍ତା ଲାଗ୍ଲା ଯେ ରଏବାର୍ ଦିନ୍ଟାକେ ତାକର୍ ଘର୍ବାଲୀ ପାଖର୍ କ୍ଲିନିକ୍ ଗୁଟେ କେ ନେଇକରି ଗଲେ । ଡାକ୍ତର ଆଜ୍ଞା କେ ଦେଖାଲେ । ଦେଖ୍ଲା ବେଲ୍କେ ବ୍ଲଡ଼୍ ପ୍ରେସର୍ କାହିଁ କାହିଁ ବଢ଼ି ଯାଇଛେ । ଉଷୋକଷା ରେଗୁଲାର୍ ଚାଲ୍ଲା ଉତ୍ରୁ ଟିକେ ବନେ ହେଲେ । ଏଭେ ତ’ ଫେର୍ ବଦ୍ଲି ହେଇ ଆଏଲେନ’ ବଲାଙ୍ଗିର୍ ସହର୍କେ । ଟିକେ ଟେନ୍ସନ୍ କମିଛେ ବି । ହେଲେ ତାକର୍ ଯେନ୍ ସାଙ୍ଗ୍ ସର୍ସା ବଏସରା ତାହାକୁ ଘାଏ ଘାଏ ହଏରାନ୍ କର୍ସି । ହେନ୍ତା ଧର୍ ଧର୍, ମାର୍ ମାର୍, ଛପ୍କା ତୁନା ହେଇ ଫେର୍ ବନେ ହେସନ୍ ଆଏଜ୍ ଯେନ୍ତା ୭୨ ଘଣ୍ଟା ଉତ୍ରୁ ବ୍ଲଡ଼୍ ପ୍ରେସର୍ ନର୍ମାଲ୍ ହେଇଛେ ।
ଡାକ୍ତର ବାବୁ ଭିଜିଟ୍ ଥି ଆଏଲେ । ଦେଖ୍ଲେ ଭଗବାନ ବାବୁ କେ । ମୁଲ୍ କରି ଟିକେ ହଁସିଦେଲେ । ବଏଲେ, “ବଢ଼ିଅାଁ ଅଛନ୍ ତ’! ପୁରା ନର୍ମାଲ୍ ବ୍ଲଡ଼୍ ପ୍ରେସର୍ । ହେଲେ ଆପଣ୍ ଯହ ଉସତ୍ ନେଇଁହେବେ । ଇ’ ଯେନ୍ ବ୍ଲଡ଼୍ ପ୍ରେସର୍ ନର୍ମାଲ୍ ହେଇଛେ ଇ’ଟା ସୁହୁଜି ନେଇଁହେଇ । ଉଷୋକଷା ଥି ହେଇଛେ । ଉଷୋକଷା ଠିକ୍ ଟାଇମ୍ରେ ଖାଏବେ । ଲାଇଫ୍ ଷ୍ଟାଇଲ୍ କେ ଟିକେ ବଦ୍ଲେଇ ଦଉନ୍ । ସିଝା ତୁନ୍ଶାଗ୍ ଖାଉନ୍ । ତେଲ୍, ମସ୍ଲା, ପନିର୍, ମଟନ୍ କିଛି ନେଇଁ ଚଲେ । ମର୍ନିଂ ୱାକ୍ ନିହାତି ଜରୁରୀ ଆଏ । ଦିନ୍କ’ ଚାଏର୍ କିଲୋମିଟର୍ ଚାଲ୍ବାର୍କେ ପଡ଼୍ବା । ପଥି ଥି ରହେଲେ, ବ୍ଲଡ଼୍ ପ୍ରେସର୍ କିଛି ନେଇଁ କରିପାରେ । ଅପଥିଆ ହେଲେ ଟିକେ ମୁସ୍କିଲ୍ । ଉଷୋକଷା ନେଇ କରି ଘର୍କେ ଯାଉନ୍ । ସାତ୍ ଦିନ୍ ଉତ୍ରୁ ମତେ ଫେର୍ ଦେଖା କର୍ବେ ।’ ହଁ କଲେ ଭଗବାନ ବାବୁ । ଡାକ୍ତର ଆଜ୍ଞା ପଲାଲେ । ବିଲ୍ କେତେହେଲା ବଲି କାଉଣ୍ଟର୍ କେ ଗଲେ । ତାକର୍ ବିଲ୍ ରେଡ଼ି ହେଇଥାଏ । ଦେଖିଦେଲା କେ ମୁଡ଼୍ ଚକ୍ରେଇ ଗଲା । ତିନ୍ ଦିନ୍ ଥି ୩୮ ହଜାର୍ ଟଁକା । ଲଥୋ କରି ପାଖର୍ ବେଂଚ୍ ଥି ବସି ପକାଲେ ଭଗବାନ ବାବୁ । ଯାହା ବି ହଉ ଦେବାକେ ତ’ ପଡ଼୍ବା । ପଏସା ବାହାର୍ କଲେ ଆର୍ ବଢେ଼ଇ ଦେଲେ । ହେତ୍କି ବେଲ୍କେ ନର୍ସିଂହୋମ୍ର ମାଲିକ୍ ଆସ୍ଲେ । ତାହାକୁ ଦେଖି ଦେଲାକେ ଆର୍ କାବା ହେଇଗଲେ ଭଗବାନ ବାବୁ । ତାକର୍ ପାର୍ଟି ବେଲ୍କେ ଫରେନ୍ ଲିକର୍ ସପ୍ ନୁଁ ଘିନାବିକା କଲା ସମିଆଁ ଥି ଇ’ ଆଜ୍ଞା ସେନେ ବସିଥିସନ୍ । ଠିକ୍ ଚିହ୍ନି ପାର୍ଲେ । ମନେ ମନେ ଭାବ୍ଲେ- “ବଢ଼ିଆଁ ବେପାର୍ ଆଏ… ମଦ୍ ବିକି କରି ଲୋକ୍କୁ ବେମ୍ରିଆ କରିଦିଅ ଆର୍ ଫେର୍ ଡାକ୍ତର୍ଖାନା ଖୁଲି କରି ତାକର୍ ନୁ ଆର୍ ବୁଲେ ଲୁଟି ନିଅ । ସବୁ ମଙ୍ଗଲ୍ ହିଁ ମଙ୍ଗଲ୍ ।’