
କବାଡ଼ି ବାଲା ଥର୍ ଥର୍ କରି ଯୁଖୁଛେ ବହି ପତର୍ । କେତେବେଲେ ନେଇଁ ସରୁଛେ… । ଘଂଟା ତିନେ ଯୁଖ୍ଲା ଉତ୍ରୁ ପାଁଚ ଶ’ ବୟାନବେ କେଜି ହେଲା । କେଜି କେ ପାଁଚ୍ ଟଁକା ଭଉ ଥି ଭଡେ଼ା ଭଡେ଼ା ପଏସା ଗନିଦେଲା ଆର୍ ଟ୍ରଲି ରିକ୍ସା ଥି ବହି ପତର୍ ଲଦି କରି ଭାଗ୍ଲା ।
ମାଷ୍ଟର୍ ବୁଢ଼ା ତୁମ୍ ପଡ଼ି ଦେଖୁଥାଅନ୍ । ଆଁଖିର୍ ପାଏନ୍ ବୁହି ଆସୁଥାଏ । ତାକର୍ ଇଂଜିନିଅର୍ ପୁଓ ବଏଲା – ଦୁଖ୍ମନା ହଉଛ କାଏଁ ବାପା… ତମ୍କୁ ପରେ ଡାକ୍ତର ମନା କରିଛେ, ଯହ ବେଲ୍ତକ୍ ପଢ଼ାପଢ଼ି ନେଇଁ କର୍ବ ବଲି । ଆଏଁଖ୍ ଉପ୍ରେ ପ୍ରେସର୍ ପଡ଼ୁଛେ । ଇ’ ବହିପତର୍ ଥିବାର୍ ତକ୍ ତ’ ତମେ ନେଇଁ ମାନ’ । ପଢ଼ା ଲେଖା ଚାଲିଛେନ’ । ଇ’ ବହିପତର୍ କେ ଯେତ୍କି ଭଲ ପାଉଛ ଯେ ମୋର୍ ମାଁ କେ କେଭେ ଦିନେ ହେତ୍କି ଭଲ୍ ନେଇଁପାଇ । ଆର୍ଗୁଟେ କଥା ଯେ ଇ’ ଜଗ୍ଡ଼ା କେଚ୍ରା କେ ଘରେ କାଁକରି ଥାପି ମାରି କରି ରଖିଥିମା । କାଏଁ କାମ୍ ଥି ଆଏବା କହତ’ । ହେତିର୍ ଲାଗି କବାଡ଼ି ବାଲାକେ ଡାକି କରି ସବୁ ବିକି ଦେଲିଁ । ଏଛିନ୍ ତୁମ୍ ପଡ଼ି ବସିଥ’ ବାଟର୍ ଘରେ ଆର୍ ଟିଭି ଦେଖୁଥ’ ।
ମାଷ୍ଟର୍ ବୁଢ଼ା ସୁତର୍ ପିଲା ଲେଖେଁନ୍ ତାକର୍ କୁଠ୍ରୀ ଭିତର୍ କେ ସମିଗଲେ ଆର୍ କବାଟ୍ ବନ୍ଦ୍ କରି ଭୋ ଛାଡ୍ତେଲ୍ କାନ୍ଦି ପକାଲେ । ସାରା ଜଗତ୍ ତାହାଁକୁ ଶୂଇନ୍ ଶୂଇନ୍ ଲାଗୁଥାଏ ।