● ପ୍ରଦୀପ କୁମାର ପଣ୍ଡା
ତୁମର ବସ୍ତ୍ର ଖୋଲିଦେଲା ପରେ
ମୁଁ ଦେଖେ ତୁମର ଅନଗ୍ନ ଆତ୍ମା,
ମୁଁ କିଂତୁ ଖୋଜୁଥାଏ ତୁମର ଦେହ
ଆଖି ବଂଦକରି ସେ ଯେତେବେଳେ ଗିଳୁଥିବ
ଲୁହକୁ ଡୋଳା ଦେଇ,
ବାରି ହେଉଥାଏ ତୁମ ଲୁହର ବାସ୍ନା
ମୋର ଆତ୍ମାରେ ।
ମୋର ରୁକ୍ଷ ହାତର ଆଂଗୁଠିମାନ
ଯାହା ସାଉଁଳୁଥାଏ ଖାରୁଆ ମାଟିରେ
ତୁମର କ୍ଷୀର ବଦଳରେ ସେଠି
ପାଉଁଳେ ନାଇଁ କେନାଏ ବି ଘାସ,
ତଥାପି ଚୁଚୁମୁଥାଏ ମୋର ଓଠ
ତୁମର ନଦୀ ।
ପୃଥିବୀର ଛିଦ୍ରମାନଂକ ଦେଇ
ନିସ୍କାସିତ ହେଉଥାଏ ସମୁଦ୍ର
ଥିପେ ଥିପେ ଯା’ର ଭିଜାଉଥାଏ
ତୁମର ମୋର ଉତ୍ତପ୍ତ ଆତ୍ମା ।
ତୁମ ଦେହର ଅବଶିଷ୍ଟ ମାଟିକୁ ନେଇ
ମୁଁ ଗଢେ ଏକ ଗ୍ରହ
ଯେଉଁଠି ନଦୀଥାଏ କୂଳହୀନ
ଓ ମୁନିଆଁ ଦାଂତ ମେଲେଇ
ଛୋଟ ଛୋଟ ଗଛମାନେ
ଖୋଜୁଥାଂତି ତଟକା ମାଂସ ।
ତୁମକୁ ଭକ୍ଷି ସାରିଲା ପରେ
ନୂଆଁ ନୂଆଁ ଉଇଁବା ଶିଖୁଥାଏ ମୋର ସୂର୍ୟ୍ୟ
ଆମର ପୁରୁଣା ଗ୍ରହରେ ।
ବାତାବରଣ ଆର୍ଦ୍ର ଥାଏ
ହେଲେ ଉଷୁମ ହୋଇ ନଥାଏ ଆପାତ
ଜୀବଜଗତର ସୃଷ୍ଟି ପାଇଁ
ତୁମର ମୋର ମଲାଦେହରେ ।।
ମୋ.ନଂ.୯୪୩୭୧୪୮୭୦୯