ଭିକାରୀ ଚରଣ ମିଶ୍ର
ଉଠିଆ ଚାଷର ଆଁଟେ
ବାଁଚିଥିସି ତବବି ଝନେ କିଏ
ଜୀବନକେ ଜାହିର କରି
ପିସାରି ଦୁଇ ହାତ
ବାଁଚବାର କଥାଟା ମରବାରଥୁଁ ଭିଁଲ
ଅବଗି ସତ
ପଏର୍ଛା ଦିଶୁ ଥିବାର ଆକାଶଟେ ବାଗିର
କିହେ ନାଇଁ ମରେ
ଏଖି ବଦଲି ଯାଉଥିସି ଜନମ ଟେ
ଆରୁ ତା’ର ଖଡିପାଁଜି
ଗାଁ ବଦଲି ସହର ହେସି
ମୁନୁଷ ହେସି ଇଶ୍ୱର
ଇଶ୍ୱର ଭିଁଲ ରକମ ରକମ ହେସନ
ମାଛ, ମୁନୁଷ, କେଛୋ, ବରହା ବାଗିର
ଆର କେତେ କାଣା
କିହେ ନାଇଁ ମରେ ହୋ ଭାଏଲୋକ !
ବାଁଚି ଥିବାର କଲାପଟାନେ
ବଦଲି ଯାଏସି ଅବଗି ଅଖର
ସମିଆର ସରକା କନା ପୁଛିଦେଲା ଉତରୁଁ
କିହେ ନାଇଁ ଯାଏ କେନିକେ
କଥାଦିଆ ସଖାଲ କି
କିରିଆଖିଆ ଅଢୁବେଲ
ବିଶାସର ରାଏତ କି
ଅପରତେର ସଁଜ
ଫେନ ତ ଫିରି ଆଏସନ ସଭେଁ
ଗୁଲାମୁଲା ଭୁଗୁଥିବାର ଜୀବନ
ଖୁଁଟନୁ ମୁରତି, ମୁରତିନୁ ଫଟୁ ଏନ୍ତା
ବଦଲି ଯିବାର ସମିଆଁଥି
ତୁମେ ଯାହା ଭିଁଲ ଲିଖ
କବିତା କଥାନି କି ଲମାଲମା ଇତିହାସ
କେହେନସିଟା ସରସି ଭାଏଲ ?
ଧାର ଛେଦଲେ ସମୁଁଦର ହେସି
ସମୁଁଦର ଛେଦଲେ ମେଁଘ
ଉନିଆଁ ନାଁ ଟେ ଯାହା ବଦଲୁଥିସି
ସମିଆଁର ପାହାଁନେ
ଉଠିଆରି ଆଁଟେ ହେ ଝନକ
ଜୀଁ’ଛେ ବଲି ତ
ଫେନ ଖେଲୁଚେ ସିରସରା ଚାଷ
ବାଡି ବଦଲୁ କି ଭେଁଶ
ଇ ଥିରପାଏନର ମାଏଟଥି । ।
ଟିଟିଲାଗଡ
ମୋ.ନଂ.୯୬୬୮୮୫୫୯୭୬