- ବର୍ଷାରାଣୀ ମହାମଲ୍ଲିକ
ସବୁ ଅଭିପ୍ସାର ଅନ୍ତ ନ ହେଉଣୁ
ଡାକି ନିଅ ଆପଣା ପାଖକୁ,
ମୋର ଲୋଭ ଅଛି କି,
ଏ ତମାମ ପ୍ରଶ୍ନର ଜିଜ୍ଞାସା ବୋଧେ
ତୁମ ପାଖେ ବି ନାହିଁ ।
ତୁମ ବର୍ଣ୍ଣ, ଆକାର, ଆକୃତି ବାବଦରେ ମୁଁ
ଅଜଣା ଥିଲେ ବି ତମେ ଅଚିହ୍ନା ନୁହଁ
ନହେଲେ କେମିତି ଆସିପାରିଥାନ୍ତ
ମୋ ଇଲାକାକୁ ବିନା ଅନୁମତିରେ
ମୁଁ ଖରାପ ହୋଇପାରେ
ତମେ କିନ୍ତୁ ଖୁବ୍ ଭଲ ।
କିଏ କହିଲା ତମେ ନିଷ୍ଠୁର ବରଂ ତମେ ନୀରିହ
ତମେ ସମୟ ଆସିଲେ ଆସ
ଲୋକେ ତ ଅସମୟେ ଆସି
ଅସମୟରେ ଲାତ ମାରନ୍ତି ।
ତମେ ଆସି ଆବୋରି ନିଅ ନିଜର ଛାତିରେ
ବଞ୍ଚିବା ଟା ଅସହ୍ୟ ହେବା ଆଗରୁ
ବ୍ୟାପି ଯାଅ ମୋର ସମଗ୍ର ଅବୟବରେ
ଆଙ୍କିଦିଅ ଶୀତଳ ପରଶ
ଥୋଇଦିଅ ସୁରକ୍ଷିତ ସୁଖପ୍ରଦ ସ୍ଥାନରେ । ।
- ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତି ବିହାର, ବୁର୍ଲା