ଦ୍ରୌପଦୀରୁ କ୍ଲିଓପେଟ୍ରା ଯାଏ ସାରା ଇତିହାସ ଏହାର ସାକ୍ଷୀ । ସାମାଜିକ ଚିତ୍ରଟିଏ ପୁରାଣ ବା ପୋଥିରେ ଥାନ ପାଇଲା ବେଳକୁ ପୃଥିବୀରେ ଆମ-ତମଙ୍କ ପରି ଶିଳା ଗଡ଼ି ଗଡ଼ି ଧୂଳି କି ବାଲି ଗରଡ଼ାରେ ପରିଣତ ହୋଇସାରିଥା’ନ୍ତି । ତେଣୁ ଇତିହାସକୁ ସର୍ବଦା ଏକ ଦୂରଛଡ଼ା ମନ ନେଇ ଦେଖିବାକୁ ପଡେ଼ । ଏ ଶୃଙ୍ଖଳାକୁ ଆମେ କ୍ୱଚିତ୍ ମାନୁ । ମନୁଙ୍କୁ ମାୟାବତୀ ଶୋଧନ୍ତି ଏବଂ ପାର୍ଲାମେଣ୍ଟ କହେ – ସବୁ ସଜାଡ଼ି ଦେବ! କାଳକୁ କୀଳା ମାରି ଅଟକାଇବା ଶକ୍ତି ରାଜନୀତି ଛଡ଼ା ଆଉ କାହାର ଥାଇପାରେ?
ନର-ମାନସିକତାରେ ନାରୀ ଯେ ସମ୍ମାନିତା, ଏହା କହିବାକୁ ‘ବେଦ’ଠାରୁ ଆରମ୍ଭ କରି ପୁରାଣ ଯାଏଁ ନାନା ଚରିତ୍ର ଓ ବିବରଣୀ ରହିଛି । ‘ଆଦି ଶକ୍ତି’ – ମାନେ ହେଲା ନାରୀ । ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ୱତୀ ଆଦ୍ୟ ରୂପରେ ଉଭା ହେଲେ ତା’ପରେ ସେଠୁ ଅଜବ ମଣିଷଙ୍କ ସୃଷ୍ଟି ଆରମ୍ଭ ହୁଏ । ଥୋକେ ମରିବେ, ଆଉ ଥୋକେ ଉପୁଜିବେ । ବ୍ରହ୍ମା ବିଷ୍ଣୁ କି ମହେଶ୍ୱରଙ୍କ କାଟ୍ତି ନ ଥାଏ । ବର ମାଗିବାକୁ ରାବଣ ଶିବଙ୍କ ପାଖରେ କେତେ ତପସ୍ୟା କଲା । ଭୋଳା ମହେଶ୍ୱର ପଟିବାକୁ ସବୁବେଳେ ହୁକୁହୁକୁ । ହେଲେ ମା’ ସରସ୍ୱତୀ ସେତିକି ବେଳେ ଆଦ୍ୟା ରୂପରେ ଉଏଦର୍ ଚେଞ୍ଜ୍ କରିଦିଅନ୍ତି । ପ୍ରଭୁଙ୍କ ଗଞ୍ଜା ନିଶା ମଳୟରେ ଅଧିକ ପୁଲକିତ ହୁଏ । ସେ ରାବଣ କଥା ଭୁଲିଯା’ନ୍ତି । ହିନ୍ଦୁ ପୁରାଣରେ ଆଦ୍ୟା ଶକ୍ତି ସର୍ବଦା ବଳିୟାନ । ବହୁ ଧ୍ୱଂସ କରୁ ପଛେ, ଜିତିବ ନିଶ୍ଚୟ ।
ରାବଣ ଦିନେ ରାଗିଗଲା । କହିଲା – ଭକ୍ତ ହୋଇ ଆଜିଯାଏଁ ତୋ ପାଦ ତଳେ ଅଧିଆ ପଡ଼ିନି କି? ଆଉମାନେ କେଡେ଼ ସହଜରେ ବର ହାସଲ କରନ୍ତି ଓ ଶେଷରେ ତୋ’ରି ପଛରେ ଗୋଡ଼ାନ୍ତି – ସବୁ ଖବର ରଖିଚି । ଆଜି ମୋର ବିଶ୍ୱାସ ହେଉଚି ଯେ ତୁ ସତ ବୁଝିବାକୁ ନିରପେକ୍ଷ ନୁହେଁ । ରାମଙ୍କ ପାଖରେ ମଥା ନୋଇଁବାକୁ ମତେ ଇନ୍ଡାଇରେକ୍ଟଲି ବାଧ୍ୟ କରୁଚୁ । ଗୋଟିଏ ପ୍ରଶ୍ନର ଉତ୍ତର ଦେ’ । ମୁଁ ରାମଙ୍କୁ କ୍ଷମା ମାଗି ସୀତାଙ୍କୁ ମା’ କହି ଫେରେଇ ଦେଇ ଆସିବି । ଶକ୍ତି ରହିବ ଓ ସେଥିପାଇଁ ଅହଂକାର ରହିବନି – ଏ କେମିତି କଥା ହୋ ଭୋଳେଶ୍ୱର? ଅସୁର ଛଳ କରନ୍ତି । ଋାମଙ୍କ ପରି ଏକ-ପତ୍ନୀ ବ୍ରତ ଆମ ଜାତିର ଅଭ୍ୟାସ ନୁହେଁ ବା ସେ ଆମର ମଡେଲ୍ ନୁହଁନ୍ତି । ମୁଁ ସୀତାଙ୍କୁ ହରିଲି ତ ଭୋଗ କରିବାକୁ । କି ଭୁଲ କଲି?
ଶିବ ଏହାର ଉତ୍ତର ଦେଇନାହାଁନ୍ତି । ଭାରତରେ ସୀତା ଶବ୍ଦର ମହିମା ପ୍ରାୟ ଏଇଠି ଷ୍ଟାଚ୍ୟୁ । ସୀତା ରହିଲେ ପୂଜା ପାଇଁ । ଯୁଗୋପଯୋଗୀ ନାରୀ-ଜୀବନ ଆଗକୁ ଚାଲିଛି ।
‘ପୃଥ୍ୱୀ ହୋଇବ ଗୋଳଗୁଣ୍ଡା – ମାତିବେ ମଦନ ଭୂଷୁଣ୍ଡା’ ପରି ଇଦାନୀଂ କାଳରେ ସବାଆଗେ ଆଶା ନୁହେଁ, ଦେଖାଯାଉଛି – ଆତଙ୍କ । ଆମକୁ ଜଗିବା ଲୋକ ଫିକ୍କର କରି ଦେଶକୁ ଖୋଳ କରି ସାରିଲେଣି । ଆଗେ, ଏକଲା ରାସ୍ତାରେ ଯିବାକୁ ଡର ମାଡ଼ୁଥିଲା । ଯେତେ ଅଚିହ୍ନା ହେଉ ପଛେ, ମନ ସହଗାମୀ ସାଥୀଟେ ଖୋଜୁଥିଲା । ଆଜି ଆଉ ଜଣକୁ ଦେଖିଲେ ଡର ଲାଗୁଛି – ଇଏ ମତେ ମାରି ଦେବନି କି ରେପ୍ କରି ଦେବନି ତ? ଏକଲା ଭଲ । ମଣିଷ ଡରରେ ମନରୁ ଭୂତପ୍ରେତ ଡର ଆପେ ହଜି ଗଲାଣି । ଏପରି ଅଭିଯୋଗ ଓ ଧାରଣାର ପିରାମିଡ୍ଗୁଡ଼ିଏ ଦେଶର ଗଣତନ୍ତ୍ର ଓ ଶାସନ ଉପରେ ଆସ୍ଥା ହରେଇବାକୁ ସମସ୍ତଙ୍କୁ ବାଧ୍ୟ କରୁଛି ।
‘ଫ୍ରିଡମ୍ ଅଫ୍ ସ୍ପିଚ୍ ଏଣ୍ଡ୍ ଏକ୍ସେପ୍ରେସନ’କୁ ଜାବୁଡ଼ି ଧରିଲେ – ନିଉଜ୍ ପର୍ଯ୍ୟନ୍ତ କଥାଟି ଠିକ୍ । ଆମ ସାମାଜିକ ଆଚରଣ ବି ସେଇଆ । ଦୁର୍ଘଟଣାଟିଏ ଦେଖିଲେ କେହି ସେ ‘ଲଫଡ଼ା’ରେ ପଶନ୍ତିନି । ପ୍ରତିବାଦ କରିବାକୁ ମହମବତୀ ଜାଳିବା ସହଜ ଏବଂ ରୋମାଣ୍ଟିକ ଲାଗେ । ପୁଲିସ ଦୁଷ୍କର୍ମଗୁଡ଼ିକ ମଧ୍ୟ ସବୁ ଜାଗାରେ ପ୍ରଚଳିତ ସତ ।
‘ଫ୍ରିଡମ୍ ଅଫ୍ ସ୍ପିଚ୍ ଏଣ୍ଡ୍ ଏକ୍ସେପ୍ରେସନ’କୁ ଜାବୁଡ଼ି ଧରିଲେ – ନିଉଜ ପର୍ଯ୍ୟନ୍ତ କଥାଟି ଠିକ୍ । ଆମ ସାମାଜିକ ଆଚରଣ ବି ସେଇଆ । ଦୁର୍ଘଟଣାଟିଏ ଦେଖିଲେ କେହି ସେ ‘ଲଫଡ଼ା’ରେ ପଶନ୍ତିନି । ପ୍ରତିବାଦ କରିବାକୁ ମହମବତୀ ଜାଳିବା ସହଜ ଏବଂ ରୋମାଣ୍ଟିକ ଲାଗେ । ପୁଲିସ ଦୁଷ୍କର୍ମଗୁଡ଼ିକ ମଧ୍ୟ ସବୁ ଜାଗାରେ ପ୍ରଚଳିତ ସତ ।
ଡେଡ୍-ବଡିକୁ ଲାଇଫ୍ ଜ୍ୟାକେଟ୍ ପିନ୍ଧେଇ ପହଁରେଇବା ପରି ଦେଢ ଶତାବ୍ଦୀ ପୂର୍ବର ଲ’ ବାଟେ ‘ରେପ୍’ର ସଂଜ୍ଞା ନିର୍ଦ୍ଧାରଣ ହେଉଛି । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଆନୁମାନିକ ନାରୀ-ପରିଚୟ ‘ସତୀ-ସାବିତ୍ରୀ’ରୁ ଓ ଆଇଟମ୍-ନମ୍ବର ଯାଏଁ ମିଳାମିଶାରେ ଚାଲିଛି । ଯୁଗର ସୁଯୋଗ ଓ ମନସ୍ତାତ୍ତ୍ୱିକ ବିବର୍ତ୍ତନରେ ସମାଜ ଓ ନରନାରୀଙ୍କ ଆଚରଣ ବଦଳିଥିବା ନିହାତି ସତ ଏବଂ ସେଇ ଅନୁରୂପରେ ଆଇନ ଅଚଳ ।
ମୋ-୯୪୩୭୧୯୪୬୦୦
Prev Post