ପୁଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ସମସ୍ୟାର ତୁରନ୍ତ ସାମାଧାନ ଦାବୀ କଲା କଂଗ୍ରେସ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ପଂଚାୟତ ଅନ୍ତର୍ଗତ ପ୍ରାୟ ସମସ୍ତ ଗାଁରେ ଏ ବର୍ଷ ବର୍ଷା ଅଭାବରୁ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଆଗାମୀ ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିିତି ଅସମ୍ଭାଳ ହୋଇଯିବା ଆଶଙ୍କାରେ କୃଷକମାନଙ୍କର ସମସ୍ୟାର ସମାଧାନ ତଥା ଫସଲବୀମା ଅବଧିକୁ ଆହୁରି ୧୫ ଦିନ ବୃଦ୍ଧି କରିବା ପାଇଁ ପୁଇଁନ୍ତଲା ବ୍ଲକ କଂଗ୍ରେସ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଦୃଢ ଦାବୀ ଜଣାଇଛି ।
ପୁଇଁତଳା କଂଗ୍ରେସ ତରଫରୁ କୁହାଯାଇଛି ଯେ, କୃଷକପ୍ରେମୀ ବୋଲାଉଥିବା ନବୀନ ସରକାରର କୃଷକମାନଙ୍କ ପ୍ରତି ଚରମ ଅବହେଳା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ଦୁର୍ଭାଗ୍ୟର ବିଷୟ । ଦୁଇ ଦଶନ୍ଧୀରୁ ଊଦ୍ଧ୍ୱର୍ ହେବ ବିଜେଡି ଦଳ ସରକାରରେ ଥାଇ କେବଳ ନିର୍ବାଚନ ଜିତିବା ପାଇଁ ନିର୍ବାଚନ ଇସ୍ତାହାରରେ ଚାଷୀ ଉପଯୋଗୀ ଯଥା ୩୫% ଜଣସେଚନ, ୨% ସୁଧରେ କୃଷକଙ୍କୁ ଋଣ, ଲେଣ୍ଡ ସେଟେଲ୍ମେଂଟ୍ (ଜମି ପାସବୁକ), କୃଷି ଉତ୍ପାଦିତ ଦୃବ୍ୟର ଉଚିତ ମୁଲ୍ୟ ଇତ୍ୟାଦି ଦେଇଥାନ୍ତି କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏପଟେ ଭୟଙ୍କର ମରୁଡି, ସେପଟେ ଅଧାରୁ ଅଧିକ ଚାଷୀ ଫସଲବୀମାରୁ ବଂଚିତ । ଏହିପରି ବିଷମ ପରିସ୍ଥିତିରେ ଚାଷୀଙ୍କ ଦୁଃଖ ଅବର୍ଣ୍ଣନୀୟ ହୋଇଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏଣୁ ପ୍ରଶାସନକୁ ଅତିଶୀଘ୍ର କୃଷକମାନଙ୍କର ସମସ୍ୟାର ସମାଧାନ ତଥା ଫସଲବୀମା ଅବଧିକୁ ଆହୁରି ୧୫ ଦିନ ବୃଦ୍ଧି କରିବା ପାଇଁ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ସାନନ୍ଦ ମିଶ୍ର, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଲକ୍ଷେଘର ଗଣ୍ଡା ସମାଜ ସଭାପତି ଓମ୍ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ ସଭାପତି ରାଜ କିଶୋର ବାବୁ, ହୃଦାନନ୍ଦ ଭୋଇ, ଫଜୁଲୁଦ୍ଧିନ ଖାନ, ଶୁଶାନ୍ତ ଷଡଙ୍ଗୀ, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ସୁନା, ଯୁବନେତା ଲଳିତ ପଟେଲ, ବ୍ରଜ କିଶୋର ମେର୍ଲି, ବଳଦେବ ସେଠ, ସରୋଜ ପ୍ରଧାନ, ସରୋଜ ଡାଙ୍ଗ, ହରି ନନ୍ଦ, ଟଙ୍କଧର ମେର୍ଲି ପ୍ରମୁଖ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.