କେନ୍ଦ୍ର ସରକାର ଓ ରାଜ୍ୟ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଲେ ନରସିଂହ

ବହୁ ପ୍ରତୀକ୍ଷିତ ଟ୍ରକ ଟର୍ମିନାଲ ଶୀଘ୍ର ହେବ ଆରମ୍ଭ : ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରି
ବଲାଙ୍ଗିର, (ନିପ୍ର) : ବଲାଙ୍ଗିର ପାଇଁ ବହୁ ପ୍ରତୀକ୍ଷିତ ଟ୍ରକ୍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି । ଏଥିପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି । ବହୁତ କମ୍ ଦିନ ଭିତରେ ୧୦କୋଟି ଟଙ୍କାର ଏକ ଟ୍ରକ୍ ଟର୍ମିନାଲ ବଲାଙ୍ଗିର ଟିଟିଲାଗଡ ରୋଡ ସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମେଜେନମେଂଟ୍ ନିକଟରେ ଥିବା ୫ ଏକର ସରକାରୀ ଜମି ଉପରେ ନିର୍ମାଣ ହେବ । ଏହା ସହିତ ଜାତୀୟ ରାଜପଥ ଅଧିନରେ ଥିବା ବଲାଙ୍ଗିର ତଥା ବଲାଙ୍ଗିର ସଂଲଗ୍ନ ରାଜପଥ ନିର୍ମାଣ ଓ ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରି ସାରିଥିବାରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ସହର ମଧ୍ୟରେ ଅନେକ ଜାଗାରେ ଟ୍ରକ୍ ତଥା ବିଭିନ୍ନ ଭାରିଜାନ ସବୁ ରାସ୍ତାକଟରେ ଛିଡା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲେ । ସମୟ ସମୟରେ ଦୁର୍ଘଟଣା ହୋଇ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି । ଏ ସମସ୍ୟାକୁ ହୃଦୟଙ୍ଗମ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ରାଜ୍ୟ ପୂର୍ତ୍ତମନ୍ତ୍ରୀ, ପୂର୍ତ୍ତ ସଚିବ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗଙ୍କ ସହିତ ବାରମ୍ବାର ଆଲୋଚନା କରି ଟ୍ରକ ଟର୍ମିନାଲ ତଥା ଜାତୀୟ ରାଜପଥ କାମ ଯେପରି ଶୀଘ୍ର ଆରମ୍ଭ ହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ । ଅର୍ଥ ମଞ୍ଜୁର ହୋଇ ସାରିଥିବା ପ୍ରକଳ୍ପ ଗୁଡିକ ହେଲା ଏନ୍ଏଚ୍ ୨୬ରୁ ବିଜାଖମନ ବାଏପାସ ପାଇଁ ଜମି ଅଧିଗ୍ରହଣ ପାଇଁ ୧୯୦କୋଟି ୨୩ ଲକ୍ଷ, ବଲାଙ୍ଗିର ବେଲଗାଁ ଭାୟା ଦେଓଗାଁ ରାସ୍ତା ପାଇଁ ୩୯କୋଟିି, ୨୬ନଂ ଜାତୀୟ ରାଜପଥ ଯାହାକି ସହର ମଧ୍ୟରୁ ଯାଇଛି ଗାନ୍ଧୀନଗରପଡା ଛକରୁ ଟିଟିଲାଗଡ ରୋଡ ୩.୫ କିମି ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତିକରଣ ଓ ସୈାନ୍ଦର୍ଯ୍ୟକରଣ ତଥା ଗାନ୍ଧୀନଗରପଡାର ଡ୍ରେନ ଏବଂ ଗୋକୁଳଧାମ ପାଖରେ ରାସ୍ତା ପ୍ରସସ୍ତିକର କରଣ ସହିତ ଗାର୍ଡୱାଲ ନିର୍ମାଣ ପାଇଁ ପାଖାପାଖି ୫ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇସାରିଛି । ଏଥିରୁ କିଛି ପ୍ରକଳ୍ପ ଆରମ୍ଭ ହୋଇ ସାରିଥିବା ବେଳେ କିଛି ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହେବ । ଏହା ସହିତ ବରଗଡରୁ ବଲାଙ୍ଗିର ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରସସ୍ଥିକରଣ ତଥା ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଥିବାରୁ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ମଧ୍ୟ ବଲାଙ୍ଗିରର ବିଭିନ୍ନ ପ୍ରକଳ୍ପ ପାଇଁ ଉଭୟ ସରକାର ଆନ୍ତରିକତାର ସହ କାମ କରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.