ବିଜେପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଜେପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜୁନ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ କାର୍ୟ୍ୟକ୍ରମରେ ଆସନ ପ୍ରାଣାୟମ ଉପରେ ଯୋଗଗୁରୁ ନିହାରିକା ସାହୁ ଏବଂ ଯୋଗ ସଂଯୋଜକ ଶରତ ବଗର୍ତ୍ତି ଉପସ୍ଥିତ ରହି ସମ୍ୟକ୍ ଧାରଣା ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ମେଡିକାଲ ଅଫିସର ଡା. ମନ୍ଦାକିନୀ ଦାଶ, ହୋମିଓପ୍ୟାଥି ଡ଼ା. ନରେନ୍ଦ୍ର ଅଗ୍ରୱାଲ, ପରମା ସୁନା, ଉପେନ୍ଦ୍ର ବିଶି, ବିରଞ୍ଚି ବେହେରା ଓ ଗୋବିନ୍ଦପୁର ପଞ୍ଚାୟତର ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.