ଆରମ୍ଭ ହେଲା ସାମୁଦ୍ରିକ ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ବାଲେଶ୍ୱର : ଆରମ୍ଭ ହୋଇଛି ସାମୁଦ୍ରିକ ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଏବଂ ଦୀଘା ମଧ୍ୟରେ ଏହି ଲ୍ୟାଣ୍ଡଫଲ୍ ହେଉଛି । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ଯାଏଁ ଚାଲିବ । ଏହା ଭୋଗରାଇ, ବାଲିଆପାଳ ଏବଂ ଜଳେଶ୍ୱର ଦେଇ ମୟୁରଭଂଜ ଜିଲ୍ଲାରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏହା ଧାମରା ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ଏହା ତାର ଗତିପଥ ବଦଳାଇଛି । ତେବେ ଲ୍ୟାଣ୍ଡଫଲ୍ ସମୟରେ ଏହା ବହୁ କ୍ଷତି ପହଂଚାଇବ ବୋଲି ଅନୁମାନ କରାଯାଉଛି । ପବନ ବେଗ ପ୍ରାୟ ୧୫୫ରୁ ୧୬୫ କିଲୋମିଟର ବେଗରେ ବୋହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.