oom

ପାଟଣାଗଡରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ରକ୍ତଦାନ ଶିବିର

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ପ୍ରାଣୀଧନ ଅଧିକାରୀ ଡ଼ା. ସୁବ୍ରତ କୁମାର ନାଏକ ଏବଂ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ ଶୁଭାରମ୍ଭ କରିଥିଲେ । ଡ଼ା. ନାଏକ ନିଜେ ମଧ୍ୟ ରକ୍ତଦାନ କରି ଯୁବଗୋଷ୍ଠୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିବା ବେଳେ ମହାମାରୀ ସମୟରେ ଯୁବା ମଞ୍ଚ ଦ୍ୱାରା ହୋଇଥିବା ଖାଦ୍ୟ ବଣ୍ଟନ ଏବଂ ରକ୍ତଦାନ ଶିବିର ସବୁକୁ ପ୍ରଶଂସା କରିବା ସହ ବର୍ତ୍ତମାନର ଯୁବ ସମାଜକୁ ଏକଜୁଟ ହୋଇ ଲୋକଙ୍କ ସେବା କରିବାକୁ କହିଥିଲେ । ଯୁବା ମଞ୍ଚର କେନ୍ଦ୍ରୀୟ ସଦସ୍ୟ ଓ ବଲାଙ୍ଗିର ଜିଲ୍ଲା ସଦସ୍ୟଙ୍କ ଉପସ୍ଥିତିରେ ପାଟଣାଗଡ଼ ଶାଖାର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇ ୨୪ ଜଣ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରକୁ ମିହିର ସେନ ଭୁଏ ଆହ୍ୱାନ କରିଥିବା ବେଳେ ପ୍ରତାପ ସାହୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.