ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ଜନତା ପାର୍ଟି ଜୟପାଟଣା ମଣ୍ଡଳ ପୂର୍ବତନ ସଭାପତି ବିଭୂତି ପାଣିଗ୍ରାହୀଙ୍କ ପିତା ହରପ୍ରସାଦ ପାଣିଗ୍ରାହୀ (୭୦)ଙ୍କ ନିଜ ଜୟପାଟଣା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପାଣିଗ୍ରାହୀ ନିଜର ଅମାୟିକ ବ୍ୟବହାର ଓ ସାଂଗଠାନିକ ବିଚାରଧାରା ପାଇଁ ସମସ୍ତଙ୍କ ମଧ୍ୟରେ ସୁପରିଚିତ ଥିଲେ । ଅନେକ ଦିନ ଧରି ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ବୁଧବାର ଭୋରରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପାଣିଗ୍ରାହୀଙ୍କ ଅନ୍ତିମ ବେଳାରେ ଚାରି ପୁଅ, ଦୁଇ ଝିଅ, ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଶତାଧିକ ସମ୍ପର୍କୀୟ ଓ ବିଜେପି କର୍ମୀ ଉପସ୍ଥିତ ଥିଲେ । ବଡ଼ ପୁଅ ବିଭୂତି ମୁଖାଗ୍ନି ଦେଇଥିଲେ ।