ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡୁରୀଗୁଡା ଗ୍ରାମରେ ବାତ୍ୟା ମୋନ୍ଥାର ଲଗାଣ ବର୍ଷା ଓ ତୁହାକୁ ତୁହା ପବନର ପ୍ରଭାବରେ ଭୁଷୁଡିଲା ଘର । ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ । ସେ ଆଠଜଣ ହେଲେ ହିକକା ନାରୀ, ଲାକି, ପୁଅ ସୀତାରାମ, ବାଙ୍ଗାରି ବିଭୁ, ଧନସିଂ, କୁନା, ଲିପା । ଘଟଣାଟି ଘଟିଛି ଧାମୁଣିପଙ୍ଗା ପଞ୍ଚାୟତ ଗୁଣ୍ଡୁରୀଗୁଡା ଗ୍ରାମର ହିକକା ନାରିଙ୍କ ଘର । ବିଳମ୍ୱିତ ରାତିରେ ଘଟଣାଟି ଘଟିଥିଲେ ମଧ୍ୟ ପ୍ରଶାସନ ପହଞ୍ଚି ନାହିଁ । ଖବର ସଂଗ୍ରହ ବେଳେ ଜଣା ପଡିଛି ଯେ, ଉକ୍ତ ପରିବାରରେ ଆଠଜଣ ରହି ଆସୁଛନ୍ତି । ଏମାନେ ରାତିରେ ଖିଆପିଆ ଶୋଇଥିଲେ । ହଠାତ ଶବ୍ଦ ହେବାରୁ ନାରୀ ଉଠିକି ଦେଖିବାବେଳେ କାନ୍ଥଟି ଭୁଷୁଡିବାର ଆରମ୍ଭ ହେଉଥିବା ଦେଖି ପାଟିି କରିବାରୁ ଗ୍ରାମବାସୀ ପାଟିଶୁଣି ଧାଇଁ ଆସିଥିଲେ । କାନ୍ଥ ଭୁଷୁଡୁଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଉଦ୍ଧାର କରି ଘରୁ ବାହାର କରିଥିଲେ ଗ୍ରାମବାସୀ । ଭାଗ୍ୟ ବଶତଃ ଆଠଜଣ ପ୍ରାଣୀ ଏତେ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ପରିବାର ମଧ୍ୟରେ ଛୋଟ ଛୋଟ ଶିଶୁ ଅଛନ୍ତି । ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ଆବାସ ଯୋଜନା ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳାରୁ ଉକ୍ତ ପରିବାର ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଉକ୍ତ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିଭଳି ସୁନାଖଣ୍ଡ ପଞ୍ଚାୟତର ଗୌଡସାହିର ଆଉ ଜଣଙ୍କ ଘର ପଡିଥିବା ଜଣା ପଡିଛି । ଖବର ନେବା ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ନଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନିାହିିଁ ।
Prev Post