oum

ପାଟଣାଗଡ଼ରେ ଭୋଟ ଗଣତି ଆରମ୍ଭ

jsm

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ସାଧାରଣ ନିର୍ବାଚନର ଭୋଟ ଗଣତି ତାରିଖ । ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ ଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି କାର୍ଯ୍ୟ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣତି ଚାଲିଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେଉଛି । ତା’ପରେ ଏଭିଏମ୍‌ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି । ଦେଖିବାକୁ ବାକି ରହିଲା ହାତୀ ଆଜି କାହା ମୁଣ୍ଡରେ କଳସ ଢାଳିବ ।

Leave A Reply

Your email address will not be published.